ଦିଡାଇ ଜନ ଜାତି ଦ୍ୱରା ନିଆରା ଢଙ୍ଗରେ ଝାଟି ପର୍ବ

ମାଲକାନଗିରି, ଅପୁର୍ବ ଥଣ୍ଡର : ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ରାସବେଡା ପଞ୍ଚାୟତ ର ଅରଙ୍ଗୀ ଗ୍ରାମ ରେ ନିଆରା ଢଙ୍ଗରେ ଝାଟି ପର୍ବ ପାଳନ କରାଯାଇଛି। ଆଦିବାସୀ ଦିଡାଇ ପରମ୍ପରା ଆନୁସାରେ ଏହି ପର୍ବ ବର୍ଷର ପ୍ରଥମ ମାସ ମକର ସଂକ୍ରାନ୍ତି ପୂର୍ବ ଦିନ ଝାଟିମାଡ଼ ପର୍ବ ପାଳନ ହୋଇଥାଏ। ଦୁଇ ଦିନ ଧରି ପାଳନ କରିଥାନ୍ତି। ଅରଙ୍ଗୀ,ମ୍ଡଦୁଲିଗୁଡା,ଓ ଆଖ ପାଖର ଅଞ୍ଚଳର ପ୍ରାୟ ୮ ରୁ ୧୦ଖଣ୍ଡ ଗ୍ରାମର ଲୋକ ଏକତ୍ରିତ ହୋଇ ଏହି ଝାଟି ପର୍ବ ପାଳନ କରିବା ସହ ବହୁତ ମଜା ନେଇଥାନ୍ତି। ଦିଡାଇ ଲୋକଙ୍କ କହିବା ଅନୁଯାୟୀ ବର୍ଷ ଧରି ତାଙ୍କ ମଧ୍ୟରେ ଯେଉଁ ରାଗ ରୁଷା ଥାଏ।ତାହାକୁ ସେମାନେ ଭୁଲିବା ପାଇଁ ଏ ଝାଟି ପର୍ବ ପାଳନ କରିଥାନ୍ତି।ସେମାନେ ଏକ ସଲପ ଗଛ ର ସରୁ ଝାଟି କୁ ବ୍ୟବହାର କରି ନିଜ ନିଜ ଭିତରେ ନାଚ ମାଧ୍ୟମରେ ଝାଟି ମାଡ଼ କରିଥାନ୍ତି ଓ ନିଜର ରାଗ କୁ ସୁଝାଇ ଥାନ୍ତି।ଏହା ବହୁ ପୁରାତନ କାଳରୁ ମାନି ଆସିବାର ଜଣା ପଡ଼ିଛି।ଏହା ଦ୍ୱରା ତାଙ୍କ ମାନଙ୍କ ମଧ୍ୟରେ ଭାଇଚାରି ବଢିଥାଏ।

Comments are closed.