୭୩ ତମ ସ୍ଥଳସେନା ଦିବସ ପାଳନ କରୁଛି ଭାରତ

ନୂଆଦିଲ୍ଲୀ, ୧୫ା୧: ଆଜି ୭୩ତମ ସ୍ଥଳସେନା ଦିବସ ପାଳନ କରୁଛି ଭାରତ । ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସାରା ଦେଶରେ ପରେଡ ଓ ବିଭିନ୍ନ ପ୍ରକାର ରଣକୌଶଳ ମାଧ୍ୟମରେ ସୈନିକମାନଙ୍କୁ ସ୍ମରଣ କରାଯାଉଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା। ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।

ଏହିଦିନ ଦେଶ ପାଇଁ ଉତ୍ସର୍ଗୀକୃତ ବୀର ସୈନିକମାନଙ୍କୁ ସାହସିକତା ପୁରସ୍କାର ଓ ସେନା ପ୍ରଦାନ କରାଯାଏ । ପ୍ରତିବର୍ଷ ଭଳି ଆଜିବି ସେନାର ସହିଦ ଯବାନଙ୍କ ବଳିଦାନକୁ ମନେ ପକାଇବା ସହିତ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଅବସରରେ ଯବାନଙ୍କ ବଳିଦାନକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Comments are closed.