ଆପଣ ଜାଣିଛନ୍ତି କି ଲେମ୍ବୁ ରସର ଫାଇଦା ବିଷୟରେ, ଜାଣନ୍ତୁ

ଆମେ ଆମ ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସଫା ସୁତୁରା ରହିବା ନିହାତି ଜରୁରୀ । ଏଣୁ ଆମେ ଦୈନିକ ଗାଧୋଇବାକୁ ପ୍ରାଧାନ୍ୟ ଦେଇଥାଉ । କାରଣ ଦୈନିକ ଗାଧୋଇଲେ ନିଜକୁ ସତେଜ ଲାଗିଥାଏ । ହେଲେ ଆପଣ ଜାଣିଛନ୍ତି କି, ଗାଧୋଉଥିବା ପାଣିରେ ଲେମ୍ବୁରସ ପକାଇଦେଲେ ସେଥିରୁ ଅନେକ ଉପକାର ମିଳିଥାଏ । ଆପଣଙ୍କୁ କହିରଖୁ କି, ଲେମ୍ବୁ ରସରେ ଆଣ୍ଟିମାଇକ୍ରୋବିୟଲ୍ସ, ଆଣ୍ଟି ବ୍ୟାକ୍ଟିରିଆଲ ଗୁଣ, ଭିଟାମିନ ସି ଭଳି ଉପକାରୀ ଗୁଣ ରହିଛି ।

ଆପଣଙ୍କ ବୟସ ବଢିବା ସଂଗେ ସଂଗେ ଆପଣଙ୍କ ତ୍ୱଚାରେ କୁଞ୍ଚନ ଆସିଯାଇଥାଏ । ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ତ୍ୱଚାରେ କୂଞ୍ଚନ ନ ଆସୁ ତେବେ ଆପଣ ତ୍ୱଚାରେ ଲେମ୍ବୁ ରସ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଆପଣ ଗାଧୋଇବା ବେଳେ ପାଣିରେ କିଛିମାତ୍ରାରେ ଲେମ୍ବୁ ରସ ମିଶାଇ ସେହି ପାଣିରେ ଗାଧୋଇଲେ ଆପଣଙ୍କ ଶରୀରର ସମ୍ପୂର୍ଣ୍ଣ ତ୍ୱଚାରେ ଚମକ ଆସିଥାଏ ।

ଅନ୍ୟପଟେ ଯଦି କୌଣସି କାରଣରୁ ଆପଣଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁ ଥାଏ ତେବେ ଆପଣ ଲେମ୍ବୁ ରସ ବ୍ୟବହାର କରିପାରିବେ । ଲେମ୍ବୁରେ ସିଟ୍ରିକ ଏସିଡ ଭରପୁର ଥିବାରୁ ଏହା ଆପଣଙ୍କ ଶରୀରୁ ଦୁର୍ଗନ୍ଧ ଦୂର କରିଥାଏ ।
ଯେଉଁ ଲୋକଙ୍କର ତେଲିଆ ବା ଅଏଲି ସ୍କିନ୍ ସେମାନଙ୍କ ତ୍ୱଚା ପାଇଁ ଲେମ୍ବୁରସ ବରଦାନ ସଦୃଶ । ଲେମ୍ବୁରସକୁ ପାଣିରେ ମିଶାଇ ଗାଧୋଇଲେ ଏହି ସମସ୍ୟା ଦୂର ହୋଇଥାଏ । କେବଳ ସେତିକି ନୁହେଁ ଶରୀରେ ଜଳୀୟ ଅଂଶ କମିଗଲେ ଆପଣ ଲେମ୍ବୁରସକୁ ଲୁଣ ଓ ପାଣି ସହ ମିଶାଇ ପିଇଲେ ଉପକାର ମିଳିଥାଏ ।

Comments are closed.