ଡେଙ୍ଗୁ ଆତଙ୍କ, ୩୧ ଜଣ ଡେଙ୍ଗୁ ଆକ୍ରାନ୍ତ ଚହ୍ନଟ

ମୋହନା: ଝାଡ଼ାବାନ୍ତି ପରେ ମୋହନାରେ କାୟା ବିସ୍ତାର କରିଚାଲିଛି ଡଙ୍ଗୁ। ଦେଢ଼ ମାସରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ସୋମବାର ପୁଣି ୩୧ ଜଣ ଡଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ମାରାତ୍ମକ ଏନ୍‌ଏସ୍‌-୧ରେ ଆକ୍ରାନ୍ତ ହୋଇ ମୋହନା ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ମୋହନାରେ ଡେଙ୍ଗୁ ଅଣାୟତ ହେଲାଣି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଭୁବନେଶ୍ୱର ହାଇଟେକ ମେଡ଼ିକାଲ କଲେଜର ୧୬ ଜଣିଆ ଡାକ୍ତରୀ ଟିମ୍‌ ମୋହନା ଆସିଥିଲେ। ୭, ୮ ଓ ୯ ନମ୍ୱର ୱାର୍ଡ଼ରେ ଦୁଇଟି କ୍ୟାମ୍ପ ଖୋଲିଥିଲେ। ସକାଳ ୧୦ ଟାରୁ ସନ୍ଧ୍ୟା ୫ ମଧ୍ୟରେ ୧୩୮ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ପରୀକ୍ଷା ପରେ ସେଥିରୁ ୩୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମେଡିକାଲ୍‌ ଟିମ୍‌ ନଜର ରଖିଛି।

Comments are closed.