ବିଷାକ୍ତ ମଦ ପିଇ, ୯ ମୃତ

ପାଟନା: ବିହାରରେ ମଦ ବନ୍ଦ ପରେ ବି ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ଜୀବନ ଯାଇଛି । ବିହାର ଚାପ୍ରା ସାରଣ ଜିଲ୍ଲା ଭାତା ଗାଁରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନେକ ଗୁରୁତର ହୋଇଛନ୍ତି । ପାଖାପାଖି ୨୫ ଲୋକ ଦୃଷ୍ଟି ଶକ୍ତି ହରାଇଛନ୍ତି । ସମସ୍ତ ଗୁରୁତରଙ୍କୁ ପାଟନା ପିଏମସିଏଚରେ ଭର୍ତ୍ତି କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ଅଗଷ୍ଟ ୩ରେ ପାନାପୁରମ ଗାଁର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଦୁଇଦିନ ପୂର୍ବରୁ ପାଟନା ମେଡିକାଲ କଲେଜ ହସ୍ପିଟାଲରେ ୩ ଜଣଙ୍କ ଜୀବନ ଯାଇଥିଲା ଏବଂ ଜଣଙ୍କୁ ଡାକ୍ତରଖାନା ଆଣିବା ବାଟରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ ସୁପରିଟେଣ୍ଡଣ୍ଟ ଆଇଏସ ଠାକୁର । ଅନ୍ୟ ଦୁଇଜଣ ଚାପ୍ରା ସଦର ହସ୍ପିଟାଲରେ ଆଖି ବୁଜିଥିଲେ । ଗୁରୁତରଙ୍କ ମଧ୍ୟରେ ଅନେକ ଦୃଷ୍ଟିଶକ୍ତି ହରାଇଥିବା କହିଛନ୍ତି ଗ୍ରାମବାସୀ ।ମିଥିଳେଶ ମାହୋତ ନାମକ ଜଣେ ବ୍ୟକ୍ତି ଯାହାଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ସେ କହିଛନ୍ତି, “ଗାଁରେ ମଦ ମିଳୁଥିଲା । ଏକ ଧାର୍ମିକ କାର୍ୟ୍ୟକ୍ରମରେ ଅନେକ ଲୋକ ମଦ କିଣି ପିଇଥିଲେ । କିଛି ସମୟ ପରେ ସ୍ବାସ୍ଥ୍ୟଗତଜନିତ ଜଟିଳତା ଦେଖାଯାଇଥିଲା ଅନେକ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି ।” ସେମାନଙ୍କୁ ପିଏମସିଏଚ ନିଆଯାଇଥିଲା । ସେଠାରେ ତାଙ୍କ ଶ୍ବଶୁରଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମିଥିଳେଶ । ସରଣ ଜିଲ୍ଲାପାଳ କହିଛନ୍ତି, “ଡାକ୍ତର ଟିମ ଓ ପାରାମେଡିକାଲ ଷ୍ଟାଫ ସ୍ଥାନୀୟ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି ।”

Comments are closed.