ଅଂଶୁଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ରଣପୁର(ଚିରଞ୍ଜିବି ଦାଶ) : ଅଂଶୁଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ l ମୃତକ ଜଣକ ହେଲେ ରଣପୁର ବ୍ଲକ ବଳଭଦ୍ରପୁର ପଞ୍ଚାୟତ ଲାଖପଡା ଗାଁ ର 64 ବର୍ଷୀୟ ଗୋବିନ୍ଦ ଜେନା l ଗତ 25 ତାରିଖରେ ଲେଖପଡା ବାଇଢଙ୍କ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ଗୋବିନ୍ଦ l ତେବେ ତାଙ୍କୁ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଶବ ବ୍ୟବଚ୍ଛେଦ ପରେ ଅଂଶୁଘାତରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ଅପରପଟେ ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇଁ ଦାବି ହୋଇଛି l
Comments are closed.