ଅଳକାନଦୀରେ ବୁଡିଯାଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
ବାଲିକୁଦା(ଅଜୟ ରାଉତ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବୋରିକିନା ପାଳଧୁଆବନ୍ଧ ସ୍ଥିତ ଅଳକାନଦୀରେ ବୁଡିଯାଇ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ନାଉଗାଁ ବ୍ଳକ ଅଲଣାହାଟ ଅଞ୍ଚଳର ଦେବେନ୍ଦ୍ର ସାହୁଙ୍କ କଟକରେ ଇଞ୍ଜିନିୟରିଂ ପଢ଼ୁଥିବା ପୁଅ ଅଭିଳାଷ ସାହୁ(୨୦)ଗତ କାଲି ବାଲିକୁଦା ଥାନା ଅନ୍ତର୍ଗତ ବୋରିକିନା ବରୁଗୁଡିପଡା ମାମୁଁଘର ବିଜୟ ସାହୁଙ୍କ ଘରକୁ ଆସିଥିଲେ। ଆଜି ମଧ୍ୟହ୍ନରେ ମାମୁଁଙ୍କ ପୁଅ ସହିତ ପାଖ ଅଳକାନଦୀକୁ ଗାଧୋଇବା ପାଇଁ ଯାଇଥିଲେ।ଗାଧୋଇବା ସମୟରେ ଗୋଡ ଖସି ଯିବାରୁ ଅଭିଳାଷ ନଦୀର ଗଣ୍ଡ ଭିତରେ ବୁଡି ଯାଇଥିଲେ।ଦୀର୍ଘ ସମୟ ପାଣିରେ ବୁଡି ରହିଥିବା ଦେଖି ସାଥିରେ ଯାଇଥିବା ମାମୁଁ ପୁଅ ପରିବାର ଲୋକଙ୍କୁ ଡାକିଥିଲେ।ଅଭିଳାଷ ଙ୍କୁ ନଦୀରୁ ଉଦ୍ଧାର କରି ବାଲିକୁଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ବାଲିକୁଦା ପୋଲିସ ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଥିବା ଜଣାଯାଇଛି।
Comments are closed.