ଅଫିସରୁ ମିଳିଲା ଯୁବକଙ୍କ ମୃତ ଦେହ

ପ୍ରେମରେ କିଏ ହାରେ ତ କିଏ ଜିତେ । ସେହିପରି ଭୁବନେଶ୍ୱରର ବୁଦ୍ଧନଗର ଅଞ୍ଚଳରେ ପ୍ରେମକୁ ନେଇ ଘଟିଛି ଏକ ଅଘଟଣ । ବୈଜୟନ୍ତୀ ପ୍ରସାଦ ମହାନ୍ତି ନାମକ ଏକ ମେରାଇନ୍ ଇଂଜିନିୟର ମୃତ ଦେହକୁ ଅଫିସ ଭିତରୁ ଉଦ୍ଧାର କରିଛି ପୋଲିସ । ଘଟଣାର କାରଣ ସ୍ପଷ୍ଟ ନ ଥିବା ବେଳେ ପ୍ରେମକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଥିବାର ସୂଚନା ମିଳିଛି । ଏନେଇ ଲକ୍ଷ୍ମୀସାଗର ପୋଲିିସ ମୃତ ଯୁବକଙ୍କ ପ୍ରେମିକା ଓ ତାଙ୍କ ବନ୍ଧୁଙ୍କୁ ଅଟକ ରଖି ତଦନ୍ତ କାର୍ଯ୍ୟ ଆରମ୍ଭ କରିଦେଇଛି ।

Comments are closed.