ଆରମ୍ଭ ହେଲା ଜଗନ୍ନାଥଙ୍କ ସ୍ନାନଯାତ୍ରା: ଭକ୍ତଙ୍କ ବିପୁଳ ସମାଗମ

ଜଗତର ନାଥ ଜଗନ୍ନାଥଙ୍କ ପ୍ରସିଦ୍ଧ ସ୍ନାନ ଯାତ୍ରା ଆଜି ଆରମ୍ଭ ହୋଇଯାଇଛି । ସ୍ନାନ ବେଦୀରେ ପ୍ରଭୁଙ୍କର ଟିକେ ଦର୍ଶନ ପାଇଁ ଭକ୍ତମାନେ ବର୍ଷାକୁ ଖାତିର ନ କରି ବିପୁଳ ପରିମାଣରେ ଜମା ହୋଇଛନ୍ତି । ସେପଟେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦୀର ସ୍ନାନମଣ୍ଡପକୁ ସଜ୍ଜିତ କରିବା ସହ ଲୁହାବାଡରେ ଆବୃତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୪୨ ପ୍ଲାଟୁନ୍ ଫୋର୍ସ ଓ ୨୫୦ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ପରମ୍ପରା ଅନୁସାରେ, ଶ୍ରୀମନ୍ଦିରର ସୁନା କୂଅରୁ ୧୦୮ ଗରା ଜଳରେ ମହାପ୍ରଭୁଙ୍କୁ ଗାଧୋଇ ଦେବା ସହିତ ଅନ୍ୟାନ୍ୟ ରୀତି ନୀତିକୁ ପାଳନ କରାଯିବ ।

Comments are closed.