ଟ୍ୱିଟ କରି ଟ୍ରାଫିକ ସଚେତନା ବଢାଇବା ପାଇଁ ବଲିଉଡକୁ ଅନୁରୋଧ କଲେ ଡିସିପି ସାଗରିକା ନାଥ

ସଡ଼କ ସୁରକ୍ଷା ବଢ଼େଇବା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମେଇବା ପାଇଁ ଓଡ଼ିଶା ସମେତ ସାରା ଦେଶର ଟ୍ରାଫିକ୍‌ ପୋଲିସ ତରଫରୁ ଅନେକ ପ୍ରୟାସ କରାଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ଟ୍ରାଫିକ୍ ଡିସିପି ସାଗରିକା ନାଥ ଟ୍ୱିଟ କରି କହିଛନ୍ତି ବଲିଉଡ୍‌ ଫିଲ୍ମଗୁଡ଼ିକରେ ବିନା ହେଲମେଣ୍ଟରେ ଗାଡ଼ି ଚ଼ଳେଇବା ଓ ବାଇକ୍‌ ଷ୍ଟଣ୍ଟ୍‌ କରିବା ଦୃଶ୍ୟ ଯୁବପିଢ଼ିକୁ ଭୁଲ ବାର୍ତ୍ତା ଦେଉଛି । ଟ୍ରାଫିକ୍‌ ନିୟମ ଉପରେ ନିଜର କଡ଼ାପଣ ଓ ଲୋକଙ୍କୁ ବୁଝାଇ ସୁଝାଇ ପରିବର୍ତ୍ତନ ଆଣିବାର ଚ଼େଷ୍ଟା କରୁଥିବା ଜଣାଶୁଣା IPS ଅଫିସର ସାଗରିକା ନାଥ ବଲିଉଡର ଷ୍ଟାର୍‌ ଅଭିନେତା ଅକ୍ଷୟ କୁମାରଙ୍କ ଏକ ଟ୍ୱିଟ୍‌ ଉପରେ ମନ୍ତବ୍ୟ ଦେଇ ବଲିଉଡକୁ ନିଜ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଟ୍ୱିଟରେ ସେ ଅକ୍ଷୟ କୁମାରଙ୍କୁ ପ୍ରଶଂସା କରିବା ସହିତ ସଡ଼କ ଦୁର୍ଘଟଣାରେ ଜନ ଜୀବନ ହାନି କମ୍‌ କରିବା ପାଇଁ ହେଲମେଟ ପିନ୍ଧିବାକୁ ତାଙ୍କୁ ସିଧାସଳଖ କହିଛନ୍ତି । ସାଗରିକ ଟ୍ୱିଟ କରି ଲେଖିଛନ୍ତି ‘‘ଏବେ ବଲିଉଡ୍‌ ହୃଦୟଙ୍ଗମ କରିବା ଉଚ଼ିତ ଯେ ହେଲମେଟ୍‌ ପିନ୍ଧି ନ ଥିବା ଓ ବାଇକ ଷ୍ଟଣ୍ଟ କରୁଥିବା ଅଭିନେତାଙ୍କ ଦୃଶ୍ୟ ଦ୍ୱାରା ଯୁବ ପିଢ଼ି ପାଖରେ ଭୁଲ ବାର୍ତ୍ତା ପହଞ୍ଚୁଛି,’’ । ଅଭିନେତା ଅକ୍ଷୟ କୁମାରଙ୍କ ‘ସୁର୍ଯ୍ୟବଂଶୀ’ ଫିଲ୍ମର ଅଫିସିଆଲ ଟ୍ରେଲର ଉପରେ କରିଥିବା ଏକ ପୋଷ୍ଟର ଉପରେ ଉତ୍ତର ରଖି ଡିସିପି ସାଗରିକା ଏହି ଟୁଇଟ୍ କରିଛନ୍ତି ।

Comments are closed.