ଖାକି ପୋଷାକରେ ଲାଗିଲା ଦାଗ, ପୋଲିସକୁ ବାନ୍ଧିଲା ପୋଲିସ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଧର୍ମଗଡ଼ଠାରେ ପିସିଆର ଭ୍ୟାନ ଚାଳକକୁ ଗିରଫ କରିଛି ପୋଲିସ l ସୁଚନା ମୁତାବକ ଧର୍ମଗଡଠାରେ ପିସିଆର ଭ୍ୟାନ ଚାଳକ ବୁଲୁ ନାଏକ ଧର୍ମଗଡ ସଦର ସ୍ଥିତ ତିନି ଛକ ରାସ୍ତା ମଝିରେ ପି.ସି.ଆର ଭ୍ଯାନଟିକୁ ଦିର୍ଘ ସମୟ ଧରି ରାସ୍ତା ଉପରେ ରଖିଥିବାରୁ ଯାନବାହାନ ଯାତାୟତ ପାଇଁ ବାଧାପ୍ରାପ୍ତ ହୋଇଥିଲାl ଫଳରେ ସ୍ଥାନିୟ ଲୋକେ ଫୋନ କରିଥିଲେ ପୋଲିସକୁ l ପରେ ଧର୍ମଗଡ ଏସ୍.ଡି.ପି.ଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିଥିଲେ l ସେଠାରେ ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ ଦେଖି ନିଜ କଷ୍ଟେଡିକୁ ନେଇଥିଲେ l ମଦ ପରିମାଣ ମାପକ ଯନ୍ତ୍ର ନଥିବାରୁ ପି.ସି.ଆର ଭ୍ଯାନ ଚାଲକକୁ ଭବାନୀପାଟଣା ଟାଉନ ଥାନାକୁ ପଠାଯାଇଥିଲାl

Comments are closed.