୭ରେ ଘୂର୍ଣ୍ଣବଳୟ, ପରେ ଲଘୁଚାପ !

ଭୁବନେଶ୍ୱର: କିଛି ଦିନ ହେଲା ସାରା ରାଜ୍ୟରେ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଗୁଳୁଗୁଳିର ବିରତି ପରେ ପୁଣି ଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ଖବର ଏବେ ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି । ଆସନ୍ତା ୭ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଏହା ପ୍ରଭାବରେ ରାଜ୍ୟରେ କିଛି ଦିନ ବର୍ଷା ଲାଗି ରହିବା ସହ ମୌସୁମୀ ମଧ୍ୟ ସକ୍ରିୟ ହୋଇଯିବ । ଏଥିଯୋଗୁଁ ସେପ୍ଟେମ୍ବରରେ ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Comments are closed.