ମାଲକାନଗିରି ଉପକାରାଗାରରେ ବିଚାରଧୀନ ନକ୍ସଲର ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା
ମାଲକାନଗିରି, ଅପୁର୍ବ ଥଣ୍ଡର : ମାଲକାନଗିରି ଉପ କାରାଗାରରେ ଜଣେ ବିଚାରଧୀନ ନକ୍ସଲର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ବିଚାର ଧୀନ ନକ୍ସଲ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଉଠିଛି ପ୍ରଶ୍ନ। ମୃତ ନକ୍ସଲର ନାମ ହେଉଛି ଦନୁ ଗୋଲରୀ । ସେ ସ୍ୱାଭିମାନ ଅଂଚଳର ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗଲୋରୀଙ୍କ ପୁଅ ବୋଲି ଜଣାପଡିଛି । ସେ ଗତ 2 ମାସ ତଳେ ନକ୍ସଲ କେଶରେ ମାଲକାନଗିରି ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ତେବେ ଦାନୁ ଗଲୋରୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଛି। ଫଳରେ ବେକରେ ବିରାଟ ବଡ଼ କ୍ଷତ ସୃଷ୍ଟି ହୋଇଛି । ଏହି ଘଟଣା ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ବେଳେ ରବିବାର ଦିନ ମାଲକାନଗିରି ମେଡିକାଲରେ ଚିକିଚ୍ଛାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଗତ ଏକ ମାସରେ ଦୁଇଜଣ ବିଚାରଧୀନ କଏଦୀ ସମେତ 3 ଜଣକର ମୃତ୍ୟୁ ହୋଇସାରିଲାଣି। ଅବହେଳା ଯୋଗୁଁ ହିଁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ତେବେ ପରିବାର ଲୋକଙ୍କୁ ମୃତ୍ୟୁ ପରେ ଖବର ଦେଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।
Comments are closed.