ଏକାଠି ସେବନ କରନ୍ତୁ ଏହି ଦୁଇଟି ଜିନିଷ, ମିଳିବ ଅନେକ ଚମତ୍କାରିତା

ଦୁଧ ଓ ଘିଅ ଏକତ୍ର ମିଶାଇ ପିଇଲେ ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।କ୍ଷୀର ଓ ଘିଅରେ ପୋଷକ ତତ୍ତ୍ୱ ଭରପୁର ରହିଥାଏ । କ୍ଷୀରରେ ଭିଟାମିନ ଡି, କ୍ୟାଲସିୟମ, ପ୍ରୋଟିନ ଓ କ୍ୟାଲସିୟମ ଭରପୁଣ ମାତ୍ରାରେ ରହିଥାଏ । ସେହିପରି ଘିଅରେ ଭିଟାମିନ ଏ, ଭିଟାମିନ କେ, ପ୍ରୋଟିନ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହାକି ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାକୁ ଏକ ସହିତ ପିଇବା ଦ୍ୱାରା ପାଚନ ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ଆଉ କ’ଣ ଫାଇଦା ମିଳିଥାଏ କ୍ଷୀର ଓ ଘିଅ ଏକତ୍ର ମିଶାଇ ପିଇଲେ ।

କ୍ଷୀରରେ ଘିଅ ମିଶାଇ ପିଇବାର ଲାଭ :
୧. ପାଚନ ଶକ୍ତି ବଢ଼ାଇବାରେ ଫାଇଦା
ପାଚନ ଶକ୍ତି ବଢ଼ାଇବା ପାଇଁ କ୍ଷୀରରେ ଘିଅ ମିଶାଇ ପିଇଲେ ବହୁତ ଲାଭ ମିଳିଥାଏ । କାରଣ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଶରୀର ଭିତରେ ଏନଜାଇମ ନିର୍ଗତ ହୋଇଥାଏ । ଫଳରେ ପାଚନ ଶକ୍ତି ବଢ଼ିଥାଏ । ହଜମ ପ୍ରକ୍ରିୟାକୁ ମଜବୁତ ରଖିବା ପାଇଁ ଏହା ଏକ ଭଲ ପ୍ରକ୍ରିୟା ।

୨. ଅନିଦ୍ରା ସମସ୍ୟା ଦୂର କରିବାରେ ଲାଭଦାୟକ
ଅନିଦ୍ରା ସମସ୍ୟା ଦୂର କରିବାରେ କ୍ଷୀରରେ ଘିଅ ମିଶାଇ ପିଇବା ଲାଭକାରୀ ହୋଇଥାଏ । କାରଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ ଓ ମସ୍ତିସ୍କ ଶାନ୍ତ ରହିଥାଏ ।

୩. ଗଣ୍ଠି ଦରଜରୁ ମିଳିଥାଏ ଲାଭ
ଗଣ୍ଠି ଦରଜରୁ ମୁକ୍ତି ପାଇବା ପାଇଁ କ୍ଷୀରରେ ଘିଅ ମିଶାଇ ପିଇଲେ ବହୁତ ଫାଇଦା ମିଳିଥାଏ । ଏହାକୁ ଏକ ସାଥିରେ ସେବନ କରିବା ଦ୍ୱାରା ଗଣ୍ଠି ଦରଜ ଓ ଫୁଲା କମ ହୋଇଥାଏ । ଏହାଛଡ଼ା କ୍ଷୀରରେ ଥିବା କ୍ୟାଲସିୟମ ହାଡ଼କୁ ମଜବୁତ କରିଥାଏ ।

Comments are closed.