ଆଜି ଦାୟିତ୍ଵ ନେବେ ୱାଇ.ଭି.ଚନ୍ଦ୍ରଚୂଡ଼ ସିଜେଆଇ ଭାବେ

ନୂଆଦିଲ୍ଲୀ : ବର୍ତ୍ତମାନର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଥିବା ଜଷ୍ଟିସ ୟୁ.ୟୁ.ଲଲିତଙ୍କ ସୋମବାର ଥିଲା ଶେଷ କାର୍ଯ୍ୟଦିବସ । ସେ ଆସନ୍ତା ବୁଧବାର ନିଜ ଦାୟିତ୍ୱରୁ ଅବସର ଗ୍ରହଣ କରିବେ । ତେବେ ଜଷ୍ଟିସ ୱାଇ.ଭି.ଚନ୍ଦ୍ରଚୂଡ଼ ଆଜି ନୂତନ ସିଜେଆଇ ଭାବେ ଦାୟିତ୍ୱ ନେବେ ।

ପ୍ରଧାନ ବିଚାରପତି ଜଷ୍ଟିସ ଲଲିତ ସୋମବାର ୬ଟି ବଡ଼ ମାମଲାର ରାୟ ଶୁଣାଇଛନ୍ତି । ଆମ୍ରପଲ୍ଲୀ ଆଦିବାସୀ ଯୋଜନାରେ ଗ୍ରାହକ ମାନଙ୍କୁ ଫ୍ଲାଟ ଦେବା ଓ ପଇସା ଫେରାଇବା ଉପରେ ରାୟ ଆସିବ । ଏହାବାଦ ସାଧାରଣ ବର୍ଗରେ ଯେଉଁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଗରିବ ମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନେଇ ଆବେଦନ ହୋଇଥିବା ମାମଲା ଉପରେ ରାୟ ଶୁଣାଇଥିଲେ । ସୂଚନାମୁତାବକ ଏହି ସଂରକ୍ଷଣ, ସମ୍ବିଧାନର ୧୦୬ତମ ସଂଶୋଧନ ଆକ୍ଟ ଜରିଆରେ ଲାଗୁ ହୋଇଥିଲା । ୨୦୧୯ରେ ସମ୍ବିଧାନର ଅନୁଚ୍ଛେଦ ୧୫ ଓ ୧୬ ଉପବନ୍ଧ-୬ରେ ଏହାକୁ ଯୋଡ଼ା ଯାଇଥିଲା । ଏହାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ପରି କାର୍ଯ୍ୟର ଶେଷ ଦିନରେ ମୋଟ ୬ଟି ବଡ ରାୟ ଶୁଣାଇଥିଲେ ସିଜେଆଇ

ସୂଚନାମୁତାବକ ଆଜି ଠାରୁ ପ୍ରଧାନ ବିଚାରପତି ଭାବେ ବିଚାରପତି ୱାଇଭି ଚନ୍ଦ୍ରଚୁଡ ଦାୟିତ୍ୱ ଗ୍ରହଣ କରିବେ । ତାଙ୍କର ଦୁଇବର୍ଷ କାର୍ଯ୍ୟକାଳ ରହିବ ବୋଲି ସୂଚନା ମିଳିଛି ।

Comments are closed.