ଯୋଗ କରିବା ପୂର୍ବରୁ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର : କୁହାଯାଏ କଲେ ଯୋଗ ହେବନି ରୋଗ । ସୁସ୍ଥ ଶରୀର ପାଇଁ ନିୟମିତ ଯୋଗ କରିବା ନିହାତି ଆବଶ୍ୟକ । କିନ୍ତୁ ସମସ୍ତଙ୍କୁ ଯୋଗ ସେଣ୍ଟର ଯାଇ ଯୋଗାଭ୍ୟାସ କରିବା ସମ୍ଭବ ହୋଇନଥାଏ । ତେଣୁ ଆପଣ ଘରେ ରହି ମଧ୍ୟ ଯୋଗ କରିପାରିବେ । କିନ୍ତୁ କିଛିଟା ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ ।

-ଯୋଗ କରିବା ପାଇଁ ସର୍ବଦା ଖୋଲା ଜାଗା ବାଛନ୍ତୁ । ଯଦି ଆପଣଙ୍କ ଘର ପାଖରେ ଘାସ ପଡିଆ ଅଛି ତାହେଲେ ସେଠକୁ ଯାଇ ଯୋଗ କରିବା ଆବାଶ୍ୟକ । ଯଦି ଆପଣ ଘର ଭିତରେ ଯୋଗ କରୁଛନ୍ତି । ତେବେ ଏପରି ରୁମ୍ ନିଅନ୍ତୁ ଯେଉଁଠାରେ ବାୟୁ ଚଳାଚଳ ଠିକ୍ ଭାବରେ ହେଉଥିବ । ଆପଣ ଚାହିଁଲେ ମଧ୍ୟ ଘରର ଛାତ ଉପରେ ଯୋଗ କରିପାରିବେ । ଭୁଲରେ ବି ଏସି ରୁମରେ ଯୋଗ କରନ୍ତୁ ନାହିଁ ।

– ଯୋଗ କରିବା ପାଇଁ ସକାଳ ସମୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଅନେକଙ୍କ ପାଖରେ ସକାଳେ ସମୟ ନଥାଏ । ସେମାନେ ଚାହିଁଲେ ସନ୍ଧ୍ୟା ସମୟରେ ଯୋଗ କରିପାରିବେ । କିନ୍ତୁୁ ଖାଦ୍ୟ ଖାଇବାର ୪ ଘଣ୍ଟା ଗ୍ୟାପ ରଖିବେ । ତାପରେ ଯୋଗ କରିବେ । ଯୋଗ କରିବାର ଦୁଇ ଘଣ୍ଟା ପରେ ଖାଦ୍ୟ ଖାଇବେ ।- ଯଦି ସକାଳେ ଯୋଗ କରୁଛନ୍ତି ତେବେ ପେଟକୁ ପରିଷ୍କାର କରି ଯୋଗ କରନ୍ତୁ । ଖାଲି ପେଟରେ ଚାହା ପିଅନ୍ତୁ ନାହିଁ । ଯୋଗ କଲାବେଳେ ଢିଲା ଡ୍ରେସ୍ କିମ୍ବା ଅଳ୍ପ ଇଲାଷ୍ଟିକ ଡ୍ରେସ୍ ପିନ୍ଧନ୍ତୁ ।

-ଯଦି ଆପଣଙ୍କୁ ଭୋକ ଲାଗୁଛି ତେବେ ଡ୍ରାଏ ଫ୍ରୁଟ୍ସ୍, କିଛି ଫଳ ଖାଆନ୍ତୁ । ସର୍ବଦା ହାଲ୍କା ଖାଦ୍ୟ ଖାଆନ୍ତୁ । ଯୋଗ କରିବା ପରେ ଅଧିକ ପରିମାଣରେ ସାଲାଡ ଖାଆନ୍ତୁ । ହେବି ଫୁଡ୍ ଖାଆନ୍ତୁୁ ନାହିଁ ।
-ଯୋଗ କରିବା ପୂର୍ବରୁ ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁନି । ଯୋଗ କରିବାର ଅଧଘଣ୍ଟା ପୂର୍ବରୁ ପାଣି ପିଇପାରନ୍ତି । ଯୋଗ କଲା ଭିତରେ ଯଦି ଆପଣଙ୍କ ଶୋଷ ଲାଗୁଛି ତାହେଲେ ଗୋଟେ, ଦୁଇ ଢୋକ ପାଣି ପିଇପାରନ୍ତି ।

-ସର୍ବଦା ଆସନ ଉପରେ ବସି ଯୋଗ କରନ୍ତୁ । କେବେବି ତଳେ ବସି ଯୋଗ କରନ୍ତୁନାହିଁ ।

-ପ୍ରଥମ ଦିନରୁ ବଡିକୁ ଅଧିକ ଷ୍ଟ୍ରେଚ୍ କରନ୍ତୁୁ ନାହିଁ । ସର୍ବଦା ଶ୍ୱାସକ୍ରିୟା ଉପରେ ଧ୍ୟାନ ରଖନ୍ତୁ ଓ ନିୟମିତ ପ୍ରାଣାୟମ କରନ୍ତୁ । ଯୋଗ କଲାବେଳେ ନିଜକୁ ଅନ୍ୟ ସହିତ ତୁଳନା କରନ୍ତୁ ନାହିଁ । କାରଣ ସମସ୍ତଙ୍କ ଶରୀରର ଗଠନ ଭିନ୍ନ ହୋଇଥାଏ ।

-ଯଦି ଆପଣଙ୍କ କୋଣସି ସିରିୟସ୍ ରୋଗ ରହିଛି, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଯୋଗ କରନ୍ତୁ ।

Comments are closed.