ଘିଅ ସହ ଲେମ୍ବୁ ଖାଇଲେ, ଶରୀରକୁ ମିଳିବ ଏହି ସବୁ ଫାଇଦା

ଭୁବନେଶ୍ୱର : ଘିଅ ଓ ଲେମ୍ବୁ ଖାଇବା ଦ୍ୱାରା ସ୍ୱାଦ ବଢିବା ସହ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ | ଏହା ସହ ଶରୀରର ବହୁତ ସମସ୍ୟା ଦୂର କରିଥାଏ | ଲେମ୍ବୁ ଓଜନ କମ କରିବା ସହ ଇମ୍ୟୁନିଟି ବଢ଼ାଇଥାଏ | ଆୟୁର୍ବେଦରେ ଘିଅ ଓ ଲେମ୍ବୁ ଏକ ସାଙ୍ଗରେ ଖାଇବାକୁ କୁହାଯାଇଥାଏ | ଏହାଦ୍ୱାରା ହଜମ ଶକ୍ତି ଠିକ ହେବା ସହ ଓଜନ ବି କମ ହୋଇଥାଏ | ଆଜି ଆସନ୍ତୁ ଜାଣିବା ଲେମ୍ବୁ ଓ ଘିଅ ଏକ ସଙ୍ଗେ ଖାଇବାର କି ଫାଇଦା ହୋଇଥାଏ |

ଓଜନ କମ ହୋଇଥାଏ :
ଦେଶୀ ଘିଅ ଓ ଲେମ୍ବୁର ମିଶ୍ରଣ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ | ସକାଳେ ନିୟମିତ ଗରମ ପାଣି ସହ ଲେମ୍ବୁ ଓ ଘିଅ ମିଶାଇ ପିଇବା ଦ୍ୱାରା ଓଜନ କମିଥାଏ |

ବାଳ ଝଡ଼ିବା ବନ୍ଦ ହୋଇଥାଏ :
ଲେମ୍ବୁ ଓ ଘିଅ ମିଶ୍ରଣକୁ ବାଳରେ ଭଲ ଭାବେ ଲଗାନ୍ତୁ | କିଛି ଘଣ୍ଟା ପରେ ବାଳକୁ ଧୋଇଦିଅନ୍ତୁ | ଏହାଦ୍ୱାରା ରୂପି ଓ ବାଳ ଝଡ଼ିବା ବନ୍ଦ ହୋଇଥାଏ |

ଶରୀର ସଫା ହୋଇଥାଏ :
କିଛି ବୁନ୍ଦା ଲେମ୍ବୁ ରସରେ ଘିଅ ମିଶାଇ ଦାଗ ସ୍ଥାନରେ ଲଗାଇଲେ ଦାଗ ଭଲ ହେବ ସହ ଶରୀର ସଫା ଦେଖାଯାଇଥାଏ |

ଇମ୍ୟୁନିଟି ପାୱାର ବଢିଥାଏ :
ଘିଅ ଓ ଲେମ୍ବୁ ଏକ ସହ ସେବନ କଲେ ଇମ୍ୟୁନିଟି ପାୱାର ବଢିଥାଏ | ଲେମ୍ବୁ ଓ ଘିଅରେ ଏଣ୍ଟିଅକ୍ସିଡାଣ୍ଟ ଭରପୁର ଥିବାରୁ ଇମ୍ୟୁନିଟି ପାୱାର ବଢିବାରେ ସାହାଯ୍ୟ କରିଥାଏ |

ପେଟ ଗ୍ୟାସରୁ ମିଳିଥାଏ ମୁକ୍ତି :
ଲେମ୍ବୁ ଓ ଘିଅର ସେବନ କେବଳ ଗ୍ୟାସ ନୁହେ ବହୁ ପ୍ରକାର ଅସୁବିଧା ଭଲ କରିଥାଏ | କୋଷ୍ଟକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ଲେମ୍ବୁ ଓ ଘିଅ ର ସେବନ |

Comments are closed.