କଂଗ୍ରେସ ନେତା ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ, 02/01: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂହଙ୍କର ଆଜି ପରଲୋକ ଘଟିଛି । ୮୬ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି । ସେ ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପରୀଡିତ ଥାଇ ଚିକିତ୍ସିତ ହେଉଥିଲେ ।

ତେବେ ୧୯୩୪ ମାର୍ଚ୍ଚ ୨୧ ରେ ଜଳନ୍ଧର ଜିଲାର ମୁସ୍ତଫାପୁର ଗାଁରେ ଜନ୍ମିତ ବୁଟା ସିଂହ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବୁଟା ସିଂହଙ୍କ ଦେହାନ୍ତ କଂଗ୍ରେସ ପାଇଁ ବଡ଼ କ୍ଷତି ବୋଲି କୁହାଯାଉଛି । ନେହରୁ-ଗାନ୍ଧୀ ପରିବାରର ବିଶ୍ୱାସପାତ୍ର ରହିଆସିଥିବା ବୁଟା ସିଂହ କଂଗ୍ରେସ ଶାସନ କାଳରେ ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ପଦ ସମେତ ଅନ୍ୟାନ୍ୟ ଦାୟିତ୍ୱ ସମ୍ଭାଳିଥିଲେ । ଏହା ବ୍ୟତୀତ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ । ତାଙ୍କୁ ଦଳିତଙ୍କ ମସିହା ଭାବେ ବିବେଚନା କରାଯାଏ ।

Comments are closed.