ମଇଁଷି ବିରୋଧରେ ଥାନାରେ ଅଭିଯୋଗ !! ଜାଣନ୍ତୁ କଣ କାରଣ

ମଧ୍ୟପ୍ରଦେଶ : ବେଳେ ବେଳେ କିଛି ଆଶ୍ଚର୍ଯ୍ୟଜନକ ତଥା ଅଜବ ଘଟଣା ସାମ୍ନାକୁ ଆସେ | ମଇଁଷ କ୍ଷୀର ନଦେବାରୁ ଥାନାରେ ଅଭିଯୋଗ କଲେ ଜଣେ ବ୍ୟକ୍ତି ଏହି ଖବର ଏବେ ସାମାଜିକ ଗଣମାଧ୍ୟମ ରେ ବେଶ ଚର୍ଚାରେ ରହିଛି | ଜଣେ ବ୍ୟକ୍ତି ତାଙ୍କ ମଇଁଷ ସହିତ ଭିଣ୍ଡ ଜିଲ୍ଲାର ନୟାଗୋନ ଥାନାରେ ପହଁଞ୍ଚି ସାହାଯ୍ୟ ପାଇଁ ନିବେଦନ କରିଥିଲେ । ସେ ଥାନା ଅଧୀକାରୀଙ୍କ ନିକଟରେ ଏପରି ଗୁହାରି କରିଥିଲେ ଯେ ଥାନା ଅଧୀକାରି ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । “ସାର୍, ମଇଁଷି କ୍ଷୀର ଦେଉ ନାହାଁନ୍ତି, ଦୟାକରି ସାହାଯ୍ୟ କରନ୍ତୁ।” ବୋଲି ବ୍ୟକ୍ତି ଜଣକ ଥାନା ବାବୁଙ୍କୁ କହିଥିଲେ

ଘଟଣା ଅନୁସାରେ ଭଣ୍ଡାର ନାୟାଗୋନ ନିବାସୀ ବାବୁଲାଲ ଜାଟଭ ତାଙ୍କ ମଇଁଷି କ୍ଷୀର ନ ଦେଇଥିବାରୁ ବିରକ୍ତ ହୋଇ ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ସମସ୍ୟା ସମ୍ପର୍କରେ ପୋଲିସକୁ ଏକ ଲିଖିତ ଆବେଦନ କରିଥିଲେ ଏବଂ ତାଙ୍କ ମଇଁଷି କ୍ଷୀର ଦେବା ପାଇଁ ପୁଲିସର ସାହାଯ୍ୟ ଲୋଡ଼ିଥିଲେ ।

ତେବେ ଏହି ଘଟଣାରେ ଡିଏସପି ହେଡକ୍ୱାର୍ଟର ଅରବିନ୍ଦ ଶାହା କହିଛନ୍ତି ଯେ ସେହି ବ୍ୟକ୍ତିଙ୍କର ମଇଁଷିଟି କ୍ଷୀର ନ ଦେବାରୁ ଗାଁର କେହି ଜଣେ ପୋଲିସଠାରୁ ସାହାଯ୍ୟ ମାଗିବାକୁ ପରାମର୍ଶ ଦେଇଥିଲେ। ସେ ସାହାଯ୍ୟ ଆଶାରେ ଆସିଥିବାରୁ ପୋଲିସ ତାଙ୍କୁ ଯେକୌଣସି ଉପାୟରେ ସାହାଯ୍ୟ କରିବ ବୋଲି ଡିଏସପି ଶାହା କହିଛନ୍ତି । ତେବେ ଏହି ଘଟଣାଟି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ପରିସରରେ ରହିଥିବା ବେଳେ ପାଠକଙ୍କ ମନରେ କୌତୁହଳ ସୃଷ୍ଟି କରୁଛି |

 

Comments are closed.