ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରତି ବର୍ଷ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ୩ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସଚିବାଳୟଠାରେ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ସେମାନେ ହେଲେ ଭଦ୍ରକ ଜିଲ୍ଲା ସୂର୍ଯ୍ୟପୁରର ରାମହରି ଗୋସ୍ୱାମୀ, ନୟାଗଡ ଜିଲ୍ଲାର ସିନ୍ଦୁରିଆର ଈଶ୍ୱର ବିଶୋଇ ଓ ସମ୍ବଲପୁର ଜିଲ୍ଲା କାଲମିର ଦେବେନ୍ଦ୍ର ଗୁପ୍ତା । ସୂଚନା ଅନୁସାରେ, ଆସନ୍ତା ୯ ତାରିଖରେ ସଂଗ୍ରାମୀମାନଙ୍କୁ ସମ୍ମାନ ପ୍ରଦାନ ନିମନ୍ତେ ରାଷ୍ଟ୍ରପତି ଭବନରେ ଆଟହୋମର ଆୟୋଜନ କରାଯାଇଛି ।

Comments are closed.