ଶୌଚାଳୟର କାନ୍ଥ ଭୁଶୁଡି ବ୍ୟକ୍ତି ମୃତ

ପାଟନା ସ୍ଥିତ ରେଲୱେ ଷ୍ଟେସନରେ ଆଜି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ସେକେଣ୍ଡ କ୍ଲାସ୍ ଯାତ୍ରୀ ପ୍ରତୀକ୍ଷାଳୟରେ ବସିଥିବା ଜଣେ ୭୦ ବର୍ଷର ବୟସ୍କ ବ୍ୟକ୍ତିଙ୍କ ଉପରେ ଶୌଚାଳୟର କାନ୍ଥ ଭୁଶୁଡି ପଡିଛ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ପାଟନା ରେଳୱେ ଷ୍ଟେସନ୍ ଗତ ଜୁନ୍ ମାସରେ ଉଦଘାଟନ ହୋଇଥିଲା । ପରନ୍ତୁ ବର୍ଷାରେ ଭିଜି କାନ୍ଥରେ ଫଟା ଦାଗ ସୃଷ୍ଟି ହୋଇଥିଲା, ଯାହାଫଳରେ ଆଜି କାନ୍ଥ ଭୁଶୁଡି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏଥିପାଇଁ ପ୍ରଶାସନ ଦାୟୀ ନା ଆଉ କିଏ  ?

Comments are closed.