ଅନେକ ରୋଗରୁ ମୁକ୍ତି ଦେବ କାଙ୍କଡ଼

କାଙ୍କଡ ଖାଇବା ଦ୍ୱାରା କର୍କଟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଯାଏ। କାଙ୍କଡ଼ରେ ଭିଟାମିନ୍ ସି ଏବଂ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରରୁ ମୁକ୍ତ ରେଡିକାଲ୍ ଏବଂ ଟକ୍ସିନ୍ ବାହାର କରିଥାଏ। କାଙ୍କଡ଼ରେ କାରୋଟିନୋଏଡ୍, ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ। ଯାହା ଆମକୁ ଚକ୍ଷୁ ସମ୍ବନ୍ଧୀୟ ଅନେକ ରୋଗରୁ ରକ୍ଷା କରିଥାଏ। ତେଣୁ ଏହା ଆମ ଶରୀରରେ କର୍କଟ ରୋଗ ହେବାର ଆଶଙ୍କା ହ୍ରାସ କରିଥାଏ।

କାଙ୍କଡରେ ଅନେକ ପ୍ରକାରର ଫ୍ଲାଭୋନାଏଡ୍ ରହିଛି। ଯେପରିକି, ଲୁଟେନ୍, ବିଟା କାରୋଟିନ୍, ଜିଆକ୍ସାଣ୍ଟିନ୍ ଇତ୍ୟାଦି। ଏହିସବୁ ଉପାଦାନ ଆମ ଚର୍ମରୁ ମଇଳା ସଫା କରିଥାଏ। ଏଥିସହ ତ୍ୱଚାରେ ଚମକ ଆଣିଥାଏ। କାଙ୍କଡ଼ରେ ଆଣ୍ଟି-ଏଜିଙ୍ଗ୍ ଗୁଣ ମଧ୍ୟ ରହିଛି। କାଙ୍କଡ଼ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପ୍ରଦୂଷଣ ଏବଂ ବୟସ କାରଣରୁ କୋଷରେ ସୃଷ୍ଟି ହୋଇଥିବା ମୁକ୍ତ ରେଡିକାଲକୁ ଦୂର କରିଥାଏ। ଯାହା ଫଳରେ ଶରୀରକୁ ବାର୍ଦ୍ଧକ୍ୟ ଜନିତ ପ୍ରଭାବରୁ କିଛିକାଂଶରେ କମାଇଥାଏ।

କାରଣରୁ ବୟସର ପ୍ରଭାବ କମିଯାଏ। ଡାକ୍ତରଙ୍କ କହିବା ଅନୁସାରେ କାଙ୍କଡ଼ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ତେଣୁ ଯେଉଁମାନଙ୍କର ମେଦବହୁଳତା ରହିଛି କିମ୍ୱା ଯେଉଁମାନେ ଏକ ସୁସ୍ଥ ଶରୀର ଗଠନ ପାଇଁ ପରିଶ୍ରମ କରୁଛନ୍ତି ସେମାନେ କାଙ୍କଡ ଖାଇବା ଅଧିକ ଆବଶ୍ୟକ। କାଙ୍କଡରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫାଇବର ଥାଏ ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। କାଙ୍କଡ଼ ଏପରି ଏକ ପରିବା ଯେଉଁଥିରେ କ୍ୟାଲୋରୀ ବହୁତ କମ୍ ଥାଏ। ୧୦୦ ଗ୍ରାମ କାଙ୍କଡ ଖାଇଲେ ଆପଣଙ୍କ ଶରୀରକୁ ମାତ୍ର ୧୭ କ୍ୟାଲୋରୀ ମିଳିବ। ତେଣୁ କାଙ୍କଡ଼ ଖାଇବା ଦ୍ୱାରା ଆପଣଙ୍କ ଓଜନ ହେବାରେ ଏହା ଖୁବ ସାହାଯ୍ୟ କରିଥାଏ।

ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ କାଙ୍କଡ ବେଶ୍ ଲାଭଦାୟକ। କାଙ୍କଡକୁ ଇନସୁଲିନ୍ ପ୍ଲାଣ୍ଟ ମଧ୍ୟ କୁହାଯାଏ। ଯେଉଁ ପନିପରିବାରେ ଅଧିକ ମାତ୍ରାରେ ଫାଇବର ଥାଏ ତାହା ମଧୁମେହକାରୀ ଖାଦ୍ୟ ଭାବରେ ଗଣନା କରାଯାଇଥାଏ। ଏହା ମଧୁମେହ ରୋଗୀଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାକୁ ମଧୁମେହ ବିରୋଧୀ ପରିବା ବୋଲି କୁହାଯାଏ।

କାଙ୍କଡ଼ ଅଧିକାଂଶ ମୌସୁମୀ ସମୟରେ ହିଁ ମିଳିଥାଏ । ମୌସୁମୀ ଋତୁରେ ଆମ ଶରୀରକୁ ହେଉଥିବା ରୋଗ ଦାଉରୁ କାଙ୍କଡ଼ ଖାଇବା ଦ୍ୱାରା ରୋକାଯାଇପାରେ। କାଙ୍କଡ ଏପରି ଏକ ପରିବା ଯାହା ଥଣ୍ଡା, କାଶ ସମେତ ଆହୁରୀ ଅନେକ ରୋଗରୁ ଆମ ଶରୀରକୁ ରକ୍ଷା କରିଥାଏ।

Comments are closed.