ଶୁନୀଲ ମୋଦିଙ୍କୁ କ୍ୟାନ୍ସର

ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍‌ ଆଜି ସୂଚନା ଦେଇଛନ୍ତି।

ସୋଶାଲ ମିଡ଼ିଆ ଆକାଉଣ୍ଟ Xରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, ‘ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ, ଏକଥା ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି। ତେଣୁ ଲୋକସଭା ନିର୍ବାଚନ ମୁଁ ଲଢ଼ିପାରିବି ନାହିଁ। ଏଥିରେ ମୁଁ କିଛି କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି।’

Comments are closed.