ତାଇୱାନରେ ଶକ୍ତିଶାଳୀ ଭୂକମ୍ପ, ଆସିପାରେ ସୁନାମି

ତାଇୱାନରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକଂପ ତୀବ୍ରତା ୭.୪ ବୋଲି ସୂଚନା ମିଳିଛି ।

ଗତ ୨୫ ବର୍ଷରେ ଏହା ତାଇୱାନରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ସୂଚନା ମିଳିଛି। ଏହି ଭୂମିକମ୍ପ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୫୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।ତାଇୱାନରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶଶାଳୀ ଥିଲା ଯେ ଚୀନ୍‌ର ସାଂଘାଇ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।

Comments are closed.