କମୁଛି କେଜ୍ରିୱାଲଙ୍କ ଓଜନ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଅସୁସ୍ଥ। ଗିରଫ ହେବାର ୧୨ ଦିନ ମଧ୍ୟରେ ତାଙ୍କର ଓଜନ ସାଢ଼େ ୪ କିଲୋ କମିଗଲାଣି। ଏନେଇ ଦିଲ୍ଲୀ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀ ଦାବି କରିଛନ୍ତି।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଆପ୍‌ ମନ୍ତ୍ରୀ ଆତିଶୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି।

ସେ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜଣେ ମଧୁମେହ ରୋଗୀ। ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ୨୪ ଘଣ୍ଟା ଦେଶ ସେବାରେ ନିୟୋଜିତ ଥିଲେ। ଗିରଫ ହେବା ପରଠାରୁ ୧୨ ଦିନ ଭିତରେ କେଜ୍ରିଓ୍ୱାଲଙ୍କ ଓଜନ ୪ ରୁ ୫ କିଲୋ ହ୍ରାସ ପାଇଛି। ଏହା ବେଶ୍‌ ଚିନ୍ତାଜନକ। ବଜେପି ତାଙ୍କୁ ଜେଲରେ ରଖି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି।

Comments are closed.