ସୀମାରେ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧିବେ ଯବାନ
ନୂଆଦିଲ୍ଲୀ : ସୀମାରେ ଯବାନମାନଙ୍କ ସୁରକ୍ଷା ପାଇଁ ବଡ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ଘାଟିରେ ଥିବା ସମସ୍ତ ଯବାନ ପିନ୍ଧିବେ ବୁଲେଟପ୍ରୁଫ ଜ୍ୟାକେଟ୍, ଯାହାକୁ ଭେଦ କରିପାରିବ ନାହିଁ ଏକେ-୪୭ର ଗୁଳି । କେନ୍ଦ୍ର ସରକାର ଏସଏମପିପି ପ୍ରାଇଭେଟ ଲିମିଟେଡ଼ କମ୍ପାନିକୁ ୪୦ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ତିଆରି କରିବାକୁ କହିଥିବା ଜଣାପଡ଼ିଛି । ୨୦୨୧ ସୁଦ୍ଧା ଏହି ଜ୍ୟାକେଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜମ୍ମୁ-କାଶ୍ମୀରର ସୀମାରେ ମୁତୟନ ତଥା ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ଯବାନ ମାନଙ୍କୁ ଏହି ବୁଲେଟଫ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରାଯିବ ।
ତେବେ ବୋରାନ୍ କାର୍ବାଇଡ଼୍ ସେରେମିକରେ ପ୍ରସ୍ତୁତ ହୋଇଛି ଏହି ଜ୍ୟାକେଟ୍ । ସୁରକ୍ଷା ପାଇଁ ସବୁଠାରୁ ହାଲୁକା ଓ ଉତ୍ତମ ମ୍ୟାଟେରିଆଲରେ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ଜ୍ୟାକେଟକୁ ଆଣ୍ଟି ଟେରର୍ ଅପରେସନରେ ବ୍ୟବାହର କରାଯିବ । ଗତବର୍ଷ ଏଭଳି ୧.୮୬ ଲକ୍ଷ ଜ୍ୟାକେଟ୍ ପ୍ରସ୍ତୁତ କରିବା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଏସ ଏମ୍ପିପି ସହିତ ଚୁକ୍ତି କରିଥିଲା । ଏହି ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ଯବାନ ଶରୀରରେ ଏହା ୩୬୦ ଡିଗ୍ରୀ ସୁରକ୍ଷା ଦେବ । ଏହାକୁ ପିନ୍ଧି ଯବାନମାନେ ସହଜରେ ଅପରେସନ୍ କରିପାରିବେ ।
Comments are closed.