ଟି-୨୦ ବିଶ୍ୱକପ୍ ଖେଳିବେ ଧୋନୀ, ଖୁଲାସା କଲେ କୋଚ୍!

ନୂଆଦିଲ୍ଲୀ: ବିଶ୍ୱକପର ସେମିଫାଇନାଲରେ ନ୍ୟୁଜଲାଣ୍ଡଠାରୁ ହାରିବା ପରେ କ୍ରିକେଟରୁ କିଛି ଦିନ ପାଇଁ ସନ୍ନ୍ୟାସ ନେଇଛନ୍ତି ଏମଏସ ଧୋନୀ । ଏପରିକି ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ସିରିଜରେ ମଧ୍ୟ ଧୋନୀ ସାମିଲ ହୋଇନାହାନ୍ତି । ବର୍ତ୍ତମାନ ନିଜ ପରିବାର ସହ ସମୟ ବିତାଉଥିବା ଧୋନୀ ଭବିଷ୍ୟତରେ କଣ ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ ଧୋନୀଙ୍କ ବିଷୟରେ ବଡ ଖୁଲାସା କରିଛନ୍ତିି ତାଙ୍କ ପିଲାବେଳର କୋଚ୍ କୈଶବ ବାନାର୍ଜୀ । ଆସନ୍ତାବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପରେ ଧୋନୀ ଖେଳିବେ ବୋଲି କୈଶବ କହିଛନ୍ତି । ଏହି ମ୍ୟାଚ୍ ପରେ ହିଁ ଭବିଷ୍ୟତ ପାଇଁ ଧୋନୀ କିଛି ନିଷ୍ପତ୍ତି ନେବେ ବୋଲି ତାଙ୍କ କୋଚ୍ କହିଛନ୍ତି ।

ଖବର ମୁତାବକ, କୋଚ୍ ବାନର୍ଜୀଙ୍କ ବିଶ୍ୱାସ ରହିଛି କି ଧୋନୀ ପୁଣି ମଇଦାନକୁ ଓହ୍ଲାଇବେ । କିନ୍ତୁ ଧୋନୀଙ୍କୁ ଏବେ ବିଶ୍ରାମର ଆବଶ୍ୟକତା ରହିଛି । ଦୁନିଆର ସବୁଠାରୁ ସଫଳ ଖେଳାଳୀ ଭାବେ ପରିଚିତ ଧୋନୀ ନିକଟରେ ବହୁ ମ୍ୟାଚରେ ଖରାପ ପ୍ରଦର୍ଶନ କରିଛନ୍ତି । ତେବେ ଧୋନୀଙ୍କ ବିକଳ୍ପରେ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଛି । କିଛି ଦିନ ଆରାମ ପରେ ଟି-୨୦ ମ୍ୟାଚରେ ମଇଦାନକୁ ଧୋନୀ ଓହ୍ଲାଇବେ ବୋଲି ବାନାର୍ଜୀ କହିଛନ୍ତି ।

Comments are closed.