ଥାନାର ଦ୍ୱାସ୍ଥ ହେଲେ ବୁଦ୍ଧାଦିତ୍ୟ

କଟକ: ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ଥାନାରେ ପହଞ୍ଚିଛି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା ବେଳେ ବୁଦ୍ଧାଦିତ୍ୟ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ ପ୍ରଯୋଜକ ପ୍ରୀତମ ସାହୁ ଗଲା ୭ ମାସ ହେବ ତାଙ୍କ ବିରୋଧରେ ଓ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହେଶ୍ବତା ରାୟଙ୍କ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଥିଲେ। ପ୍ରଯୋଜକ ଶ୍ରୀ ସାହୁ ସାମାଜିକ ଗଣମାଧ୍ୟମରେ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ସେ ଟେଲିସିନେମା ଓ ସିରିଏଲର କରୁଥିବା ବେଳେ ଗୁଣାତ୍ମକ ସିନେମାରେ କୌଣସି ଦଖଲ ନଥିବା କହି ଶ୍ରୀ ସାହୁ ସୋସିଆଲ୍ ମିଡିଆଲେ ସମାଲୋଚନା କରିଛନ୍ତି। ବୁଦ୍ଧାଦିତ୍ୟଙ୍କୁ କାମ ମିଳୁନଥିବା ନେଇ ପ୍ରଯୋଜକ ଶ୍ରୀ ସାହୁ ମଧ୍ୟ ଅପପ୍ରଚାର ଚଳାଇଛନ୍ତି।

Comments are closed.