ସୀମା ବିବାଦ ନେଇ ଚୀନ୍ ସହ ଆଲୋଚନା ହେବ

ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଉପରେ ତୁରନ୍ତ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମେରିକାର ଏକ ସାପ୍ତାହିକ ପତ୍ରିକା ନ୍ୟୁଜ୍ ୱିକ୍ ସହ ବାର୍ତ୍ତାଳାପ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେ କହିଛନ୍ତି ଯେ, କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ୱ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ଦ୍ୱିପାକ୍ଷିକ ଆଲୋଚନା କଲେ ବିବାଦ ତୁଟି ଯାଇପାରେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ମାଧ୍ୟମରେ ଆମେ ଆମ ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବା ବୋଲି ମୁଁ ଆଶା କରୁଛି ଏବଂ ଏହା ମଧ୍ୟ ମୋର ବିଶ୍ୱାସ।”

ନ୍ୟୁଜ୍ ୱିକକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ପ୍ରସଙ୍ଗ ଉପରେ ନିଜର ମତ ରଖିଛନ୍ତି। ସେ ତାଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପ୍ରଗତି, ଭିତ୍ତିଭୂମି ବିକାଶ, ପରିବେଶ ସମସ୍ୟା, ଚୀନ ସହ ଭାରତର ସମ୍ପର୍କ ଏବଂ ସାମ୍ବାଦିକ ସ୍ୱାଧୀନତା ହ୍ରାସ ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି।

Comments are closed.