ଇସ୍ରାଏଲ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ : ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ଆଜି ଯାଉଛନ୍ତି ସୁନକ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭେଟି ଆଲୋଚନା କରିବେ ।

ଏଥିସହ ମଙ୍ଗଳବାର ଗାଜାର ଅଲ-ଆହଲି ହସ୍ପିଟାଲରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ବିଶ୍ବ ନେତାଙ୍କୁ ଏକାଠି ହେବା ଆବଶ୍ୟକ ରହିଛି । ଏହି ଅବସରରେ ସୁନକ୍ କହିଛନ୍ତି ଆମେ ବନ୍ଧୁ ଭାବେ ସାହାଯ୍ୟ କରିବୁ । ଗାଜାରେ ଯେତେ ଶୀଘ୍ର ମାନବୀୟ ସହାୟତା ଏବଂ ସେଠାରେ ଫସିଥିବା ବ୍ରିଟେନ୍ ନାଗରିକଙ୍କୁ ସୁରକ୍ଷିତ ନିଜ ଦେଶକୁ ଆଣିବା ଉପରେ ମଧ୍ୟ ଗୁରୁତ୍ବ ଦେବେ । ଅନ୍ୟପକ୍ଷରେ ଇସ୍ରାଏଲ-ଗାଜା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକେର ବୈଦେଶିକ ସଚିବ ଇଜିପ୍ଟ, ତୁର୍କୀ ଓ କାତାରର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ।

Comments are closed.