ଇସ୍ରୋଏଲକୁ ଅନୁରୋଧ କଲେ ଜାତିସଂଘ

ବେଜିଂ: ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବୁଧବାର କହିଛନ୍ତି ଯେ, ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପାଇଁ ପାଲେଷ୍ଟାଇନବାସୀଙ୍କୁ ସାମୂହିକ ଦଣ୍ଡ ଦେବା ଯୁକ୍ତିଯୁକ୍ତ ନୁହେଁ ଏବଂ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଜରୁରୀ। ଚୀନ୍‌ରେ ଏକ ଅର୍ଥନୈତିକ ମଞ୍ଚରେ ଉଦ୍‌ବୋଧନ ଦେଇ ଗୁଟେରସ୍ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ହମାସ ଆକ୍ରମଣକୁ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି କହି ନିନ୍ଦା କରିଛନ୍ତି, ଯେଉଁଥିରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗୁଟେରସ୍ କହିଛନ୍ତି, ହମାସର ଆକ୍ରମଣ ନିନ୍ଦନୀୟ, କିନ୍ତୁ ତାହା ବୋଲି ପାଲେଷ୍ଟାଇନ୍ ଲୋକଙ୍କୁ ସାମୂହିକ ଦଣ୍ଡ ଦେବାକୁ ବି ଯୁକ୍ତିଯୁକ୍ତ କୁହାଯାଇପାରିବ ନାହିଁ। ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି ପାଇଁ ସେ ନିବେଦନ କରିଛନ୍ତି।

Comments are closed.