ଲକଡାଉନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜୋରଜବରଦସ୍ତ ଋଣ ଆଦାୟକୁ ନେଇ ବିରୋଧ

ସମ୍ବଲପୁର, ତୁଷବନ୍ତ ଯୋଶୀ ଏବଂ ନବୀନ ଦାଶ : କୋଭିଡ-୧୯ ଯୋଗୁଁ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ଲଗଡାଉନ ପରିସ୍ଥିତି ରେ ସମଗ୍ର ବିଶ୍ୱ ବର୍ତ୍ତମାନ ସ୍ତବଦ୍ଧ । ବିଶେଷ ଭାବରେ ଗରିବ, ଖଟିଖିଆ, ଦିନ ମଜୁରିଆ, ବସ୍ତି ବାସିନ୍ଦା ମାନେ ଏନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସମ୍ବଲପୁର ଜିଲ୍ଲାରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀରୁ ଋଣ ନେଇ ବିଭିନ୍ନ ବ୍ୟବସାୟ କରୁଛନ୍ତି । ବିଶେଷ କରି ଜିଲ୍ଲାର ଗ୍ରାମାଞ୍ଚଳରେ ଓ ସହରର ବସ୍ତି ଅଞ୍ଚଳର ଗରିବ ମହିଳା ମାନେ ଏଥିରେ ସମ୍ପୃକ୍ତ । କିନ୍ତୁ ଲକଡାଉନ ଯୋଗୁଁ ସେମାନଙ୍କ ବ୍ୟବସାୟ ଓ ରୋଜଗାର ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସମସ୍ତେ ବ୍ୟବସାୟରେ କ୍ଷତି ସହିବା ସହ ଘୋର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଋଣ ପରିଶୋଧ ତ ଦୂରର, କଥା ଦୈନନ୍ଦିନ ଜୀବନଯାପନ ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି ।
କିନ୍ତୁ ଜିଲ୍ଲାରେ ଥିବା ଅନେଜ ମାଇକ୍ରୋ ଫାଇନାନ୍ସ କମ୍ପାନୀ କିନ୍ତୁ ଏଇ ଅସୁବିଧା ସମୟରେ ମଧ୍ୟ ତାଙ୍କର ଚିରାଚରିତ ଚରିତ୍ରରେ କିଛି ପରିବର୍ତ୍ତନ ଆଣିନାହାନ୍ତି । ସାଧାରଣ ସମୟ ଭଳି ଏଇ ଲାକଡାଉନରେ ମଧ୍ୟ ଋଣ ଟଙ୍କା ଆଦାୟ ପାଇଁ ଲାଗି ପଡିଛନ୍ତି । ସମସ୍ତ ସରକାରୀ ଆଦେଶକୁ ବେଖାତିର କରି ନିୟମକୁ ଉଲ୍ଲଂଘନ କରି ଋଣ ପରିଶୋଧ ପାଇଁ ମହିଳାଙ୍କୁ ହଇରାଣ କରୁଛନ୍ତି । ଜିଲ୍ଲାର ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ଲକ୍ଷ ଲକ୍ଷ ମହିଳା ଏବେ ମାନସିକ ଚାପରେ । ଏହି ସବୁ ସମସ୍ୟା ନେଇ ସମ୍ବଲପୁର ଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଜିଲ୍ଲାପ୍ରଶାସନ ଏନେଇ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ଏହା ସହ ସମଗ୍ର ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ମାଇକ୍ରୋ ଫାଇନାନ୍ସ କମ୍ପାନୀକୁ ଜିଲ୍ଲା ପ୍ରଶାସନ ତାଗିଦ କରିବା ସହ ସରକାରଙ୍କ ଆଦେଶାନୁସାର ଆସନ୍ତା ଅଗଷ୍ଟ ୩୦ ଯାଏଁ କୌଣସି ପ୍ରକାର ଋଣ ପରିଶୋଧର ଟଙ୍କା ଆଦାୟକୁ ବନ୍ଦ କରାଯିବାକୁ ନେଇ ଦାବି କରାଯାଇଛି ।

Comments are closed.