ଧର୍ମେନ୍ଦ୍ର-ଟିଟୋଙ୍କ ଲିଙ୍କ ସନ୍ଦେହ : ଧର୍ମେନ୍ଦ୍ରଙ୍କୁ ଇସ୍ତଫା ପାଇଁ ଦାବୀ କଲା ବିଜେଡି

ଧର୍ମେନ୍ଦ୍ର ପ୍ରଧାନ ଓ ଟିଟୋଙ୍କ ମଧ୍ୟରେ ଲିଙ୍କ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ । ଟିଟୋଙ୍କୁ ଗ୍ୟାଙ୍ଗଷ୍ଟାର ଭାବରେ ଗଣାଯାଉଥିବା ବେଳେ ପେଟ୍ରୋଲ ପମ୍ପ ପାଇଁ କିପରି ପରାମର୍ଶ ମିଳିଲା ବୋଲି ପ୍ରଶ୍ନ କରିଛି ଦଳ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ରାଜନୈତିକ ଦୃଷ୍ଟିରୁ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି ପ୍ରତାପ । ପୂର୍ବରୁ ଟିଟୋ ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ, ଏହା କ’ଣ ପାଇଁ ସିବିଆଇକୁ ଦିଆଗଲା ?.. ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପରେ ଏହି ଘଟଣାକୁ କେନ୍ଦ୍ରକରି ରାଜନୈତିକ ଦଳମାନଙ୍କ ମଧ୍ୟରେ ବିବାଦ ଦେଖାଯିବାର ସମ୍ଭାବନା ରହିଛି ।

Comments are closed.