ଭଦ୍ରକରେ ଦୁର୍ଘଟଣା : ଟ୍ରକ ଧକ୍କାରେ ୫ ଜଣ ଛାତ୍ର ମୃତ
ଭଦ୍ରକ ଜିଲ୍ଲା ରାଣୀତାଲ ଠାରେ ଘଟିଛି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା। ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିବା ବାଟରେ, ରାସ୍ତା ପାରି ହେଉଥିବା ସମୟରେ ଗୋଟିଏ ଟ୍ରକ ଧକ୍କାରେ ୫ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଏତେ ଲୋମହର୍ଷଣକାରୀ ଥିଲା ଯେ ସମଗ୍ର ରାଜ୍ୟ ଏହି ଘଟଣା ପାଇଁ ଶୋକ ପ୍ରକାଶ କରୁଛି। ଜାତୀୟ ରାଜପଥରେ ବେପରୁଆ ଟ୍ରକ ଚାଳକ ମାନଙ୍କ ସଂଖ୍ୟା ଦିନକୁ ଦିନେ ବଢିବାରେ ଲାଗିଥିବା ବେଳେ, ଏପରି ଘଟଣା ରାସ୍ତାରେ ଯାଆସ କରୁଥିବା ଲୋକମାନଙ୍କ ଧନଜୀବନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାରେ ଓଡିଶାର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପ୍ରତ୍ୟେକ ଛାତ୍ରଙ୍କୁ ୨ ଲକ୍ଷ୍ୟ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
Comments are closed.