ବାଇକ ଚୋରକୁ ଗିରଫ କରି ପୋଲିସକୁ ମିଳିଛି ଏକ ବଡ ସଫଳତା

ସୁବର୍ଣ୍ଣପୁର, ସନ୍ତୋଷ କୁମାର ମିଶ୍ର: ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ସହରରେ ହେଉଥିବା ବାଇ ଚୋରୀର ମୁଖ୍ୟ ଅଭୀଯୁକ୍ତକୁ ଗିରଫ କରିଛି ପୋଲିସ । ଏହା ସହ ତାଠାରୁ ବିଭିନ୍ନ କମ୍ପାନୀର ୮ଟି ବାଇକ ଓ ଚୋରୀରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷି ଅଧିକ୍ଷକ ଦେବୀ ପ୍ରସାଦ ଦାସ । ସୂଚନା ଅନୁସାରେ ଗତ କିଛି ଦିନ ତଳେ ସହରର ଟାଉନହଲ ଠାରୁ ଏକ ହୋଣ୍ଡା ହର୍ନ୍ନେଟ ବାଇକ ଚୋରୀ ହୋଇଥିଲା । ଏନେଇ ଗାଡି ମାଲିକ କାଶିନାଥ ମିଶ୍ର ସୋନପୁର ଥାନରେ ଏକ ମାମଲା ଦାୟର କରିଥିଲେ । ପୋଲିସ ପକ୍ଷରୁ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇବା ସହ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା । ବାଇକ ଚୋର ବୀରମହାରାଜପୁର ଥାନା ଅନ୍ତର୍ଗତ ସହରାପାଲି ଗ୍ରାମର ଆକାଶ ମେହେର ହୋଇଥିବାବେଳେ ସେ ସୁବର୍ଣ୍ଣପୁର ସହରରେ ଏକ ଭଡା ଘରେ ରହୁଥିବା ପୋଲିସ ସୁଚନା ଦେଇଛି । ଆକାଶ ଧରାପଡିବା ପରେ ଚୋରୀର ଗୁମର ଖୋଲିଛି । ସେ ବାଇକ ଚୋରୀ କଲା ପରେ ସେହି ବାଇକକୁ ରିମଡେଲିଂ କରି ଅନ୍ୟମାନଙ୍କଠାରେ ବିକ୍ରି କରିଥାନ୍ତି । ତାସହ ନମ୍ବର ପ୍ଲେଟ ଓ ବିଭିନ୍ନ ସାମଗ୍ରୀ ମଧ୍ୟ ଅଦଳ ବଦଳ କରିଥାନ୍ତି ଏବଂ ନିଜ ନିଜ ଲୋକ ଭୀତରେ ବିକ୍ରି କରିଥାନ୍ତି । ତେବେ ବର୍ତମାନ ସୁଦ୍ଧା ୮ ଟି ବାଇକ ଉଦ୍ଧାର କରିବା ସହ ଅଧିକ ଅନୁସନ୍ଧାନ କରୁଥିବା ସୁଚନା ଦେଇଛନ୍ତି । ବାଇକ କିଣିଥିବା ଗ୍ରାହକମାନଙ୍କ ଖୋଜାଖୋଜି ଚାଲିଥିବା ସୁଚନା ମିଳିଛି ।

Comments are closed.