ତାମିଲନାଡୁରେ ପ୍ରବାସୀଙ୍କ ହତ୍ୟା ଘଟଣା ଖଣ୍ଡନ କଲେ ବିହାର ପୋଲିସ

0

ପାଟନା : ତାମିଲନାଡ଼ୁରେ ବିହାରୀ ଶ୍ରମିକମାନଙ୍କ ସହ ମାରପିଟ କରାଯାଉଥିବା ଅଭିଯୋଗକୁ ବିହାର ପୁଲିସ ଖଣ୍ଡନ କରିଛି। ବିହାର ପୁଲିସ କହିଛି ଯେ ଏଭଳି ଅଭିଯୋଗ ଏକ ମାରାତ୍ମକ ଷଡ଼୍‌ଯନ୍ତ୍ରର ଅଂଶବି‌ଶେଷ।

ପୁଲିସ ମୁଖ୍ୟାଳୟର ଉପମହାନିର୍ଦ୍ଦେଶକ ଜିତେନ୍ଦ୍ର ସିଂହ ଗଙ୍ଗୱାର କହିଛନ୍ତି, ଲୋକଙ୍କୁ ଅପପ୍ରଚାର ଦ୍ବାରା ପ୍ରଭାବିତ କରିବା ପାଇଁ ଜାଣିଶୁଣି ଭିଡ଼ିଓ ତିଆରି କରାଯାଇଛି। ଏହି ଭିଡ଼ିଓ ଯୋଗୁ ଅବସ୍ଥା ଆହୁରି ଖରାପ ହୋଇପାରେ। ଗଙ୍ଗୱାର କହିଛନ୍ତି ଯେ ଜଣେ ଡିଏସ୍‌ପି ଓ ୪ ଜଣ ବିହାରୀ ପୁଲିସ ଏବେ ତାମିଲନାଡ଼ୁରେ ଅଛନ୍ତି। ୧୦ ଜଣ ସଦସ୍ୟବିଶିଷ୍ଟ ଏକ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି। ଅପପ୍ରଚାରକାରୀଙ୍କୁ ଗିରଫ କରାଯିବ ଓ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.