ତିହାର ଜେଲରେ ରହିବେ ସିସୋଦିଆ

0

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲ୍‌ରେ ରହିବେ। ସିସୋଦିଆଙ୍କୁ ଗତ ଫେବ୍ରୁଆରି ୨୬ ତାରିଖରେ ଗିରଫ କରାଯାଇଥିଲା। ପ୍ରଥମେ ସିସୋଦିଆଙ୍କୁ ୫ ଦିନ ସିବିଆଇ ରିମାଣ୍ଡରେ ପଠାଯାଇଥିଲା। ଏହାପରେ କୋର୍ଟ ସିସୋଦିଆଙ୍କ ସିବିଆଇ ରିମାଣ୍ଡ ମିଆଦ ଆଉ ୨ ଦିନ ବଢ଼ାଇଥିଲେ। ଆଜି ଅପରାହ୍ନରେ ସିସୋଦିଆଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ସ୍ବତନ୍ତ୍ର ବିଚାରପତି ଏମ୍‌କେ ନାଗପାଲ ସିସୋଦିଆଙ୍କୁ ଆଜି ତିହାର ଜେଲ୍‌କୁ ପଠାଇ ଦେଇଛନ୍ତି। ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସେ ତିହାର ଜେଲ୍‌ରେ ରହିବେ।

ଜେଲ୍‌ରେ ରହିବା ସମୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଭାଗବତ ଗୀତା ପଢ଼ିବାପାଇଁ ଅନୁମତି ମାଗିବାରୁ ତାଙ୍କୁ ଏହି ଅନୁମତି ମିଳିଛି। ସିସୋ‌ଦିଆଙ୍କୁ ଧ୍ୟାନ କକ୍ଷରେ ରଖିବାପାଇଁ କୋର୍ଟ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଆସନ୍ତା ଶୁକ୍ରବାର (୧୦ ତାରିଖ) ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ହେବ।

Leave A Reply

Your email address will not be published.