ନୱା ତରଫରୁ ସମାଜସେବୀ ବିଦେଶିନୀ ପଟେଲଙ୍କୁ ସମ୍ବର୍ଦ୍ଧନା

ସୁନ୍ଦରଗଡ଼, ସନ୍ତୋଷ କୁମାର ଅଟୀ : ଜିଲ୍ଲା ବଣେଇ ଅଞ୍ଚଳର ସମାଜସେବୀ ବିଦେଶିନୀ ପଟେଲଙ୍କୁ ଭୁବନେଶ୍ୱରର ଭାରତୀୟ ବିଦ୍ୟା ଭବନଠାରେ ନୱା (NAWO) ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦେଶିନୀ ପଟେଲଙ୍କ ଘର ବଣେଇ ଅଞ୍ଚଳରେ ହୋଇଥିବା ବେଳେ, ଖୁବ କମ୍ ବୟସରୁ ସେ ସମାଜ ସେବା ଭଳି କର୍ମକୁ ନିଜର ନିଶା ଭାବିନେଇଛନ୍ତି । ମହିଳା ମାନଙ୍କର ସମାନତା ଓ ସମାନ ଅଧିକାର ପାଇଁ ନିଜ ଅଞ୍ଚଳର ମହିଳା ମାନଙ୍କ ସହିତ ସେ ଅନବରତ ପ୍ରଚେଷ୍ଟା କରିଆସୁଛନ୍ତି । ଲିଙ୍ଗିୟ ଭେଦଭାବ ବିରୋଧରେ ମହିଳା ଓ କିଶୋରୀ ମାନଙ୍କୁ ସଚେତନ କରାଇ ଏକ ହିଂସାମୁକ୍ତ ସମାଜ ଗଢିବା ପାଇଁ ଉଦ୍ଯମ ଜାରୀ ରଖିଛନ୍ତି । ଗରିବ ଆଦିବାସୀ ମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ଆପଣାଇ ନେଇ ବଣେଇ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ପ୍ରୀୟ ମଣିଷ ପାଲଟି ଯାଇଛନ୍ତି ବିଦେଶିନୀ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Comments are closed.