ଗଛରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ପରଜଙ୍ଗ ଥାନା ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ବାରଘରିଆ ଗାଁ ନିକଟରେ ଗଛରେ ପିଟି ହୋଇ ଜଣେ ବାଇକ ଅରୋହିଙ୍କର ମୃତ୍ୟୁ ହୋଇଛି । ମୃତକ ପରଜଙ୍ଗ ଥାନା ପାଟରପଦା ଗ୍ରାମର ରାକେଶ ସାହୁ । ସୂଚନା ଅନୁଯାୟୀ ରାକେଶ ଘରୁ ରାଗି କରି ଏକ ବାଇକରେ ଯୋଗେ ଝାରସୁଗୁଡା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ବାରଘରିଆ ନିକଟରେ ରାସ୍ତା କଡରେ ଥିବା ଏକ ତାଳ ଗଛରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ । ତେବେ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ପରଜଙ୍ଗ ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Comments are closed.