ଆଜି ମେଲାଣି ନେବେ ମାଆ ଦୁର୍ଗା, ଏନେଇ ଚାଲିଛି ସଜବାଜ

କଟକ: ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ସରିଲା ଦଶହରା ।ଆଜି ହେବ ମାଆ ଦୁର୍ଗାଙ୍କ ଭସାଣ ଉତ୍ସବ । ସ୍ପାର୍ଟ ସିଟିରେ ଭସାଣ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ କଟକରେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ କଟକ ଦେବୀଗଡା ଘାଟରେ ବିସର୍ଜିତ ହେବ ୧୪୫ଟି ମେଢ । ଗତକାଲି ବଙ୍ଗୀୟ ରୀତିନୀତିରେ ୧୧ଟି ମେଢର ବିସର୍ଜନ କରାଯାଇଥିଲା । ଆଜି ଦିନ ୨ଟା ପରେ ଭସାଣ ଶୋଭାଯାତ୍ରା ଆରମ୍ଭ ହେବ ।

ହା ବ୍ୟତିତ ରାଜଧାନୀ ଭୁବନେଶ୍ୱରର ୩ଟି ସ୍ଥାନରେ ଭସାଣ ଉତ୍ସବ ଆରମ୍ଭ ହେବ । ଉତ୍ତର ଭୁବନେଶ୍ୱର, ସହିଦ ନଗର ଓ ନୟାପଲ୍ଲୀରେ ହେବାକୁ ଥିବା ଭସାଣ ଉତ୍ସବ ପାଇଁ କୁଆଖାଇ ଓ ଦୟା ନଦୀରେ ତିଆରୀ ହୋଇଛି ଅସ୍ଥାୟୀ ପୋଖରୀ । ରାଜଧାନୀର ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.