ସମ୍ମାନିତ ହେଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହେଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ପାକିସ୍ତାନର ଏଫ୧୬ ବିମାନକୁ ମାରି ଖସାଇ ଦେଇଥିବାରୁ ଅଭିନନ୍ଦନଙ୍କୁସମ୍ମାନିତ କରିଛନ୍ତି ବାୟୁସେନାର ମୁଖ୍ୟ ଆରକେଏସ ଭୋଦରିଆ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ବାଡ୍ରନ ସମ୍ମାନିତ ହୋଇଛି । ବାୟୁସେନା ଦିବସରେ ଲଢୁଆ ବିମାନ MiG-21 ଉଡାଇଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ।
ତେବେ ପାକିସ୍ତାନ ବିମାନକୁ ଘଉଡାଇବାରେ ସାହାର୍ଯ୍ୟ କରିଥିବା ୬୦୧ ସିଗନାଲ ୟୁନିଟର ମିଂତି ଅଗ୍ରୱାଲଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

Comments are closed.