ନିଜର ଓଜନ ଘଟାଇବାକୁ ଚାହାନ୍ତି କି ? ତାହାହେଲେ ଆପଣାନ୍ତୁ କାକୁଡି
ପ୍ରାୟତଃ ଲୋକମାନଙ୍କୁ ପତଳା ହେବାର ନିଶା ଘାରିଛି । ଆପଣ ବି ମୋଟାପଣରୁ ମୁକ୍ତି ପାଇବାକୁ ଚାହାନ୍ତି କି ? ସେଥିପାଇଁ ମେଡିସିନ୍ ଖାଇବା ଦରକାର ନାହିଁ । ପ୍ରତିଦିନ କାକୁଡି ଖାଇବାଦ୍ୱାରା ଏହି ସମସ୍ୟାକୁ ଦୂର କରିପାରିବେ । କାକୁଡିରେ ଥିବା ଭିଟାମିନ୍ ଏ ଓ ଭିଟାମିନ୍ ସି ଦ୍ୱାରା ଶରୀର ସୁସ୍ଥ ଓ ସବଳ ହୋଇଥାଏ । କାକୁଡିରେ ସାଧାରଣତଃ କମ୍ କ୍ୟାଲେରି ରହିଥାଏ ଯାହାକି ଅନ୍ୟ ଖାଦ୍ୟ ତୁଳନାରେ ଭଲ ରୂପେ ବିବେଚିତ ହୁଏ । କାକୁଡିକୁ ବିଭିନ୍ନ ପ୍ରଣାଳୀରେ ଖାଇବାରେ ସୁବିଧା ରହିଛି ଯେପରିକି ସାଲାଡ଼, କାକୁଡି ଜୁସ ଇତ୍ୟାଦି । ଭାରତରେ ପ୍ରାୟ ୧୦,୦୦୦ ବର୍ଷ ପୂର୍ବରୁ ଏହି କାକୁଡିର ବ୍ୟବହାର ହୋଇଆସୁଛି ।
Comments are closed.