ମୋବାଇଲ୍ ପ୍ରତି ସାବଧାନ୍

ଦିନକୁ ଦିନ ଖରାର ଉତ୍ତାପ ବଢିବାରେ ଲାଗିଛି । ସେଥିପାଇଁ ମୋବାଇଲ୍ ଫୋନ୍ ର ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଯାଂଚ କରନ୍ତୁ କି ସେଥିରେ କେତେ ପରିମାଣର ଚାର୍ଜ ରହିଛି । ଖରାର ତାପମାତ୍ରା ଓ ମୋବାଇଲର ଚାର୍ଜ ଅଧିକ ହେଲେ ବିସ୍ପୋରଣର ସମ୍ଭାବନା ଥାଏ । ଏହି ଘଟଣା ପ୍ରାୟତଃ ଅନେକ ସ୍ଥାନରେ ଘଟିଥିଲେ ମଧ୍ୟ ଲୋକ ସଚେତନ ହେଉନାହାନ୍ତି । ନିକଟରେ ଭଣ୍ଡୁ ଅଚଂଳରେ ଏପରି ଏକ ଘଟଣା ଘଟିଛି ଯେଉଁଥିରେ ଏକ ବ୍ୟକ୍ତି ଜଳଖିଆ ଖାଉଥିବା ସମୟରେ ଫୋନରୁ ଧୂଆଁ ବାହାରି ବିସ୍ପୋରଣ ଘଟଥିିଲା । ତଦନ୍ତରୁ ଜଣାପଡିଛି ଯେ, ଏହା ତାପମାତ୍ରାର ବୃଦ୍ଧି ଯୋଗୁ ଘଟିଛି ଏହାପରେ ସେ ଲୋକକୁ ଅଳ୍ପ ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ସେଥିପାଇଁ ସତର୍କ କରାଯାଉଛି କି ମୋବାଇଲ୍ କୁ ନିଆଁ ଓ ଖରା ଠାରୁ ଦୂରେଇ ରଖିବା ଉଚିତ୍, ଏହା ସହିତ ଅଧିକ ଚାର୍ଜ କରିବା ଉଚିତ୍ ନୁହେଁ ।

Comments are closed.