ଏହି ସବୁ କାରଣ ପାଇଁ ବଢ଼ି ଥାଏ ମୋଟା ପଣ

ଓଜନ ବୃଦ୍ଧି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ। ଓଜନ ହ୍ରାସ ପାଇଁ ଅନେକ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ସକାଳ ସମୟରେ କିଛି ସ୍ୱତନ୍ତ୍ର କାରଣ ଓଜନ ବୃଦ୍ଧିର ମୁଖ୍ୟ କାରଣ। ଜାଣନ୍ତୁ..

ଅତ୍ୟଧିକ କିମ୍ବା କମ ଶୋଇବା ଦ୍ୱାରା ଏହା ଆପଣଙ୍କ ମେଟାବଲିଜିମ୍‌‌ ଉପରେ ପ୍ରଭାବ ପକାଇ ଥାଏ।

ସକାଳେ ପାଣି ନପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପକାଇଥାଏ।

ସକାଳର ଜଳଖିଆ ନଖାଇବା ଦ୍ୱାରା ଶକ୍ତରେ ଶର୍କରାର ମାତ୍ରା ପ୍ରଭାବିତ ହୋଇଥାଏ।

ସେହିପରି ଜଳଖିଆରେ ଅତ୍ୟଧିକ ସୋଡିୟମ କିମ୍ବା ଛଣାଛଣି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଜଳଖିଆ କରିବା ସମୟରେ ଟିଭି କିମ୍ବା ଫୋନ୍‌‌ର ବ୍ୟବହାର କରନ୍ତୁ ନାହିଁ।

ଚା’ କିମ୍ବା କଫିରେ ଅତ୍ୟଧିକ ମାତ୍ରାରେ ଚିନି କିମ୍ବା କ୍ରିମର ବ୍ୟବହାର କରନ୍ତୁ ନାହିଁ।

ସକାଳ ସମୟରେ ବ୍ୟାୟାମ ନିଶ୍ଚିତ କରନ୍ତୁ। ଏପରି ନକରିବା ଦ୍ୱାରା ଶରୀରରେ ମେଦବହୁଳତା ବୃଦ୍ଧି ସହ ମାନ୍ଦା ଅନୁଭବ ହୋଇଥାଏ।

ଶୀଘ୍ର ଶୀଘ୍ର ଅର୍ଥାତ ଜଲଦି ଜଲଦି ଭୋଜନ କରିବା ମଧ୍ୟ ଏହା ଓଜନ ବୃଦ୍ଧିର ଏକ ମୁଖ୍ୟ କାରଣ ବୋଲି କୁହାଯାଏ।

Comments are closed.