ସୁନ୍ଦର ଦେଖାଯିବା ପାଇଁ ଆପଣାନ୍ତୁ ଅଁଳା

ସୁନ୍ଦର ଦେଖାଯିବା ପାଇଁ ପ୍ରକୃତିକୁ ଆପଣାଇବାକୁ ଚାହାନ୍ତି କି ? ପ୍ରକୃତିର ଗନ୍ତା ଘରେ ଗଚ୍ଛିତ ଥିବା ଅନେକ ଫଳମୂଳରେ ରହିଛି ସୌନ୍ଦର୍ଯ୍ୟର ରାଜ୍, ସେଥିରୁ ଅଁଳା ମଧ୍ୟ ଅନ୍ୟତମ । ଅଁଳାରେ ଭରି ରହିଛି ପ୍ରଚୁର ଶକ୍ତି ଯାହା ମାଧ୍ୟମରେ ଶରୀର ସତେଜ ରଖିବା ସହିତ ଏହା କେଶକୁ ଚିକ୍କଣ ଓ ରୂପିମୁକ୍ତ କରିଥାଏ । ଯଦି ଶରୀରକୁ ସୁନ୍ଦର ଓ ଗ୍ଲୋ କରିବା ପାଇଁ ଚାହାନ୍ତି ତ ଆପଣାନ୍ତୁ ଏହାର ସରଳ ଉପାୟ…..
1-ଦୂର କରେ ମୁହଁର ନାଲି ଦାଗ

ଫେସରେ ଥିବା ନାଲି ଦାଗ ପାଇଁ ଚିନ୍ତିତ ଅଛନ୍ତି କି ? ଏହା ପାଇଁ ଅଁଳାକୁ ଜୁସ୍ କରିି ୩୦ ମିନିଟ୍ ପର୍ଯ୍ୟନ୍ତ ଫେସରେ ଲଗାଇଲେ ନାଲି ଦାଗରୁ ମୁକ୍ତ ମିଳିଥାଏ ।
2-ସତେଜ ଚେହେରା

ଅଁଳାକୁ ଫେସ୍ ସ୍କରବ୍ ପରି ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଥିବା ଆଣ୍ଟିଅକ୍ସିଟେଣ୍ଟ ଓ ଭିଟାମିନ୍ C ଦ୍ୱାରା ଶରୀରକୁ ସତେଜ ରଖିବା ସହିତ ଦାଗ ଦୂର କରେ । ସେଥିପାଇଁ ପ୍ରଥମେ ଆପଣ ଗୋଟେ ଚାମଚ୍ ଅଁଳା ପାଉଡରକୁ ଗରମ ପାଣି ସହିତ ମିଶାଇ ପେଷ୍ଟ କରିବେ । ପେଷ୍ଟକୁ ଫେସରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଛାଡିଦେଇ ଧୋଇଦେବେ । ଯଦି ଚାହିଁବେ ଏଥିରେ ହଳଦୀକୁ ମଧ୍ୟ ମିଶାଇ ପାରିବେ ।
3-କେଶ ଝଡିବାରୁ ମୁକ୍ତ

କେଶ ଝଡିବାକୁ ଅଁଳା ମାଧ୍ୟମରେ ରୋକା ଯାଇପାରିବ । ସେଥିପାଇଁ ପ୍ରଥମେ କିଛି ଶୁଖିଲା ଅଁଳାକୁ ଗରମ ପାଣିରେ ଧୋଇ ପେଷ୍ଟ କରିବ । ପରେ ଏହି ପେଷ୍ଟକୁ ଭଲ ଭାବରେ କେଶ ମୂଳରେ ଲଗାଇ ଧୋଇବା ଦ୍ୱାରା କେଶ ଝଡିବାରୁ ମୁକ୍ତି ମିଳିବ । ସସ୍ତାହକୁ ଗୋଟେ ଥର ବି ଏହାକୁ କରିବା ଦରକାର । କେଶକୁ ଚିକ୍କଣ ରଖିବା ପାଇଁ ଅଁଳା ତେଲ ମଧ୍ୟ ବ୍ୟବହାର କରିପାରିବେ ।

Comments are closed.