ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ

ନୂଆଦିଲ୍ଲୀ,୨୭ ।୧: ବିସିସିଆଇ ଅଧ୍ୟକ୍ଷ ବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣି ଥରେ ଅସୁସ୍ଥ ହୋଇପଡିଛନ୍ତି । ଏଥିପାଇଁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସୌରଭଙ୍କ ଚିକିତ୍ସା କରାଯାଉଛି । ଆଜି ସକାଳେ ଛାତିରେ ଯନ୍ତ୍ରଣା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସୌରଭଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସୌରଭ ଏବେ ଭଲରେ କଥାବାର୍ତ୍ତା କରୁଛନ୍ତିି ବୋଲି ସୂଚନା ମିଳିଛି ।

ନିକଟରେ ସୌରଭଙ୍କୁ ହାର୍ଟ ଆଟାକ୍ ଆସିବା କାରଣରୁ କିଛି ଦିନ ମେଡିକାଲରେ ରହି ଚିକିତ୍ସିତ ହୋଇଥିଲେ । ୨ ଜାନୁଆରୀରେ ଛାତିରେ ଯନ୍ତ୍ରଣା ହେବାରୁ ସୌରଭଙ୍କୁ କୋଲକାତାର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାୟ ୫ ଦିନ ରହି ୭ ଜାନୁଆରୀକୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Comments are closed.