ଲକଡାଉନ ସମୟରେ ବଜରଙ୍ଗ ଦଳ ତରଫରୁ ଖାଦ୍ୟ ବଣ୍ଟନ ଓ ସଫେଇ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, କଲ୍ୟାଣ ନାୟକ : ବର୍ତ୍ତମାନ ପରିସ୍ଥିତିରେ ସାରାଦେଶରେ ଲକଡାଉନ ଲାଗୁ ହୋଇଥିବା ହେତୁ ଲୋକେ କେହି ଘରୁ ବାହାରକୁ ବାହାରୁ ନାହାଁନ୍ତି । ଏହି ସମୟରେ ବିଶେଷ କରି ଗରିବ, ଅନାଥ, ମାନସିକ ସ୍ତରରେ ସକ୍ଷମ ନଥିବା ରାସ୍ତା ଘାଟରେ ବୁଲୁଥିବା ଲୋକ ଓ ଜୀବଜନ୍ତୁ ଭିତରେ ଗାଇଗୋରୁ ଆଦି ପ୍ରାଣୀଙ୍କର ଖାଦ୍ଯାଭାବ ହୋଇଥାଏ । ଏମାନଙ୍କ ଏଭଳି ବିପଦ ସମୟରେ ତରଭା ଅଚଂଳର ସରଗଜ ଗ୍ରାମର ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ସହଯୋଗର ହାତ ବଢ଼ାଇ ଏମାନଙ୍କ ପେଟରେ ମୁଠାଏ ଖାଇବାର ବ୍ଯବସ୍ଥା କରି ରନ୍ଧା ଖାଦ୍ଯ ଧରି ବୁଲି ଗରିବକୁ ଭାତ ଡାଲି ପରଷୁଥିବା ଦେଖିବାକୁ ମିଳୁଥିବା ବେଳେ ବୁଲା ଗାଇ ଗୋରୁଙ୍କୁ ମଧ୍ଯ ଖାଈବାକୁ ଦେଉଥିଲେ । ଏହା ବ୍ୟତିତ ଏମାନେ ସରଗଜ ପଚାଂୟତର ବିଭିନ୍ନ ଗ୍ରାମରେ ବାହାର ଲୋକଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରାଇନଦେବା ପାଇଁ ଚେକ ପୋଷ୍ଟ କରି ହାତଧୁଆ କାର୍ଯ୍ୟକ୍ରମ ଜାରିରଖିଛନ୍ତି । ଏପରିକି ଗ୍ରାମର ନାଳନର୍ଦ୍ଦମା ସଫେଇ କାମରେ ମଧ୍ଯ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ନିଜକୁ ନିୟୋଜିତ କରିଥିବା ଦେଖିବାକୁ ମିଳିଛି । ଏଥିରେ ବଜରଙ୍ଗ ଦଳ ସଭାପତି ବଣ୍ଟି ପ୍ରମୁଖ ଓ ତାଙ୍କ ସହଯୋଗି କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ରମ ମାନ କରୁଥିବା ପରିଲକ୍ଷିତ ହେଉଛି ।

Comments are closed.