ବାଲକୋନୀରେ ଛିଡା ହୋଇ ଏମିତି କହିଲେ ବାବୁଶାନ ଓ ଅପରାଜିତା

ଭୁବନେଶ୍ୱର: ଘରୁ ବାହାରିଲେ ବାବୁସାନ୍‌ । ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାସଭବନରେ ମାଙ୍କ ସହ ବାଲକୋନୀକୁ ଆସି ମୁହାଁ ଦେଖାଇଛନ୍ତି ବାବୁସାନ୍‌। ନିଜ ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଏବେ ମୋ ଦେହ ଭଲ ନାହିଁ , ଉଚିତ ସମୟ ଆସିଲେ ମୁଁ ଠିକ୍ ସୂଚନା ଦେବି ବୋଲି କହିଛନ୍ତି ବାବୁସାନ । ୨ ଦିନ ପରେ ସବୁ କଥା କହିବେ ବୋଲି ବାବୁସାନ୍ ସୂଚନା ଦେଇଛି।

ଭୁବନେଶ୍ୱର :ବୁଧବାର ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ୱର ଫେରିଛନ୍ତି । ସେଠୁ ସିଧା ଘରକୁ ଯାଇ ତାଙ୍କ ମା’ ତଥା ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭେଟିଥିଲେ । କିନ୍ତୁ ୨ ଦିନ ପରେ ବାବୁସାନ୍‌ ମନକଥା ବଖାଣିବେ ବୋଲି ଅପରାଜିତା କହିଥିଲେ।ଏହା ଭିତରେ ଆଜି ବାବୁସାନ୍ ଘର ବାଲେକୋନୀକୁ ଆସି ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବାବୁସାନ୍‌ ମାନସିକ ନିର୍ୟାତନା ଦେଉଥିବା ଏବଂ ଆଘାତ ଦେଉଥିବା ନେଇ ସ୍ତ୍ରୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ।  ଏଭଳି ସ୍ଥିତିରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବାକୁ ବାବୁସାନ୍‌  ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ।ସୂଚନା ମିିଳିଛି କି ବାବୁସାନ୍‌ଙ୍କୁ ଜେରା ପାଇଁ ଥାନାକୁ ହାଜର ହୋଇପାରନ୍ତି । ସେପଟେ ବାବୁସାନ୍‌ଙ୍କ ଅଗ୍ରୀମ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି।

Comments are closed.