ସିକ୍ରେଟ ଖୋଲିଲେ ଅଦନାନ ସାମି

ମୁମ୍ବାଇ: ସସ୍‌ପେନ୍ସ ଉପରୁ ଉଠିଲା ପରଦା। କାହିଁକି ସୋଶାଲ ମିଡିଆରେ ‘ଅଲବିଦା’ ଲେଖିଥିଲେ ସଙ୍ଗୀତକାର ଅଦନାନ ସାମି। ତା’ର ହେଲା ଖୁଲାସା। ଏହି ଖୁଲାସା ଆଉ କେହି ନୁହେଁ ସେ ଖୋଦ୍‌ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଫ୍ୟାନ୍‌ମାନଙ୍କ ପ୍ରଶ୍ନ ଓ ଚିନ୍ତା ଦୂର କରିଛନ୍ତି।

ନିକଟରେ ସଙ୍ଗୀତକାର ତଥା ଗାୟକ ଅଦନାନ ସାମି ନିଜ ଇନ୍‌ଷ୍ଟାଗ୍ରାମରେ ‘ଅଲବିଦା’ ପୋଷ୍ଟ କରିଥିଲେ। ଏଥିସହ ନିଜର ସମସ୍ତ ପୁରୁଣା ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ଏହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଥିଲେ। ଏବେ ଏହି ସସ୍‌ପେନ୍ସ ଉପରୁ ପରଦା ଉଠାଇଛନ୍ତି ସେ। ଆଉ ପୋଷ୍ଟ କରିଛନ୍ତି ତାଙ୍କର ନୂଆ ମ୍ୟୁଜିକ ଭିଡିଓ ଆଲବମ୍‌, ଯାହାର ନାଁ ‘ଅଲବିଦା’ ରହିଛି।

Comments are closed.