ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ରାଜ୍ୟବ୍ୟାପି ଧର୍ମଘଟ

ଅଟୋ ଓ ଟ୍ୟାକ୍ସି ଚାଳକମାନେ ନିଜ ଜୀବିକା ଓ ବୃତ୍ତିର ସୁରକ୍ଷାକୁ ନେଇ ସାରା ରାଜ୍ୟରେ ୧୨ ଘଣ୍ଟିଆ ଧର୍ମଘଟର ଆହ୍ନାନ ଦେଇଛନ୍ତି । ଏହି ଧର୍ମଘଟର ଶୁଭାରମ୍ଭ ଭୁବନେଶ୍ୱର ମାଷ୍ଟରକ୍ୟାଟିନ୍ ଛକ ନିକଟରୁ ବାହାରି ଲୋୟର ପିଏଜି ପର୍ଯ୍ୟନ୍ତ ଚାଲିବ । ତେଲ ଦରର ବୃଦ୍ଧି, ଜୋରିମନା ଆଦାୟ ଓ ପ୍ରାଇଭେଟ୍ କମ୍ପାନିମାନଙ୍କର ପ୍ରବେଶକୁ ଆଖିରେ ରଖି ଅଟୋ ଓ ଟ୍ୟାକ୍ସି ସଂଘ ପକ୍ଷରୁ ଏହି ଧର୍ମଘଟ ଅନୁଷ୍ଠିତ ହୋଇଛି । ଯାହାଦ୍ୱାରା ଲକ୍ଷ ଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକମାନେ ହନ୍ତସନ୍ତ ହେଉଛନ୍ତି ।

Comments are closed.